ଚୋରି ସନ୍ଦେହରେ ଆଦିବାସୀ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରିବା ସହ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିଲେ : ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ଚାଲିଗଲା

ନିମଚ ଜିଲ୍ଲାର ସିଙ୍ଗୋଲି ଥାନା ଅଞ୍ଚଳରୁ ଏପରି ବର୍ବର ଘଟଣା ଘଟିଛି । ଘଟଣାର ପୂରା ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚୋରି ସନ୍ଦେହରେ ଲୋକମାନେ ପୀଡିତଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବାଣଦା ଗାଁର ବାସିନ୍ଦା କହ୍ନୈୟା ନାମକ ଜଣେ ପୀଡିତଙ୍କୁ ମାଡ ମାରିବା ସହ ପିକଅପ୍ ଗାଡିରେ ଘୋଷାଡ଼ି ନେଇଥିଲେ

ନିମଚ ଜିଲ୍ଲାର ସିଙ୍ଗୋଲି ଥାନା ଅଞ୍ଚଳରେ ବର୍ବର ଘଟଣା

News Summary

ମରିଗଲା ମାନବିକତା

ଚୋରି ସନ୍ଦେହରେ ଭିଲ ଯୁବକଙ୍କୁ ନିର୍ଦ୍ଧୁମ ମାଡ

ନିମଚ : ଆଦିବାସୀ ଯୁବକଙ୍କ ପ୍ରତି ବର୍ବରତା । ପ୍ରଥମେ ବାଡ଼େଇଲେ ପରେ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିନେଲେ । ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ଅମାନୁଷିକତାର ସୀମା ପାର କଲା ପରି ଘଟଣା ସାମ୍ନାକୁ ଆସିଛି । ଚୋରି ସନ୍ଦେହରେ ଜଣେ ଜଣେ ଭିଲ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମରାଯାଇଥିଲା । ଆଉ ତା’ପରେ ଯୁବକଙ୍କୁ ପିକଅପ୍ ଗାଡି ପଛରେ ବାନ୍ଧି ରାସ୍ତାରେ ଘୋଷାଡ଼ି ନେଇଥିଲେ । ପକ୍କା ରାସ୍ତାରେ ଘୋଷାଡ଼ି ନେବାରୁ ପିଠିରୁ ଚମଡ଼ା ଉତୁରି ଯାଇଥିଲା, ରକ୍ତାକ୍ତ ହୋଇଯାଇଥିଲେ ଯୁବକ ଜଣକ । ଏତିକିରେ ମନ ମାନିଲାନି ଯେ ପୁଣି ଯୁବକଙ୍କୁ ବିଧା ଗୋଇଠା ମାରିଥିଲେ ଲୋକମାନେ । ତେବେ ଏନେଇ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନାରେ ଜୀବନ ହାରିଲେ ଯୁବକ ।

ନିମଚ ଜିଲ୍ଲାର ସିଙ୍ଗୋଲି ଥାନା ଅଞ୍ଚଳରୁ ଏପରି ବର୍ବର ଘଟଣା ଘଟିଛି । ଘଟଣାର ପୂରା ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚୋରି ସନ୍ଦେହରେ ଲୋକମାନେ ପୀଡିତଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବାଣଦା ଗାଁର ବାସିନ୍ଦା କହ୍ନୈୟା ନାମକ ଜଣେ ପୀଡିତଙ୍କୁ ମାଡ ମାରିବା ସହ ପିକଅପ୍ ଗାଡିରେ ଘୋଷାଡ଼ି ନେଇଥିଲେ । ତେବେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ ବି ଲୋକମାନେ ତାଙ୍କୁ ଛାଡ଼ିନଥିଲେ, ଆହତ ଅବସ୍ଥାରେ ତାଙ୍କୁ ପୁଣି ପିଟି ଥିଲେ । ହାତଯୋଡ଼ି ଛାଡ଼ିଦେବାକୁ ନେହୁରା ହେଉଥିଲା ଯୁବକ ଜଣକ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ମରିବା ପୂର୍ବରୁ ଦୟାର ଭିକ ମାଗୁଛି କହ୍ନୈୟା ।

ପୀଡିତାଙ୍କୁ ମାଡ ମାରିଥିବା ଲୋକମାନେ ଡାଏଲ୍ ୧୦୦ କୁ ଡକାଇଥିଲେ । ଚୋରକୁ ଧରିଥିବା ପୋଲିସକୁ କହିଥିଲେ । ପୋଲିସ ପହଞ୍ଚି ପୀଡିତଙ୍କୁ ନିମୁଚ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲା। ହେଲେ ସେତେବେଳକୁ ସବୁ ଶେଷ ହୋଇ ସାରିଥିଲା । ଅତି ବର୍ବରତା ସହ ମାଡ଼ ମାରିଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ମାମଲାରେ ଅଭିଯୁକ୍ତମାନେ ନିଜେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଭିଡିଓଟି ପୋଲିସ ସାମ୍ନାକୁ ଆସିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଛି । ନିମୁଚ ଏସପି ସୁରଜ ବର୍ମା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହତ୍ୟା ଏବଂ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଛି । ସେପଟେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ।