Advertisment

‘ମୁଁ ଯାହାକୁ ନିଜର ଭାବିଥିଲି, ସେ ମୋ ଜୀବନକୁ ନଷ୍ଟ କରିଦେଲା...ବାପା ଏମାନଙ୍କୁ ଛାଡ଼ିବନି’

ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Youth Ends Life

Youth Ends Life

Advertisment

‘ବାପା,ମା’ ମୋତେ କ୍ଷମା କରିଦେବେ। ମୁଁ ଯାହାକୁ ନିଜର ଭାବିଥିଲି, ସେ ହିଁ ମୋ ଜୀବନକୁ ନଷ୍ଟ କରିଦେଲା। ସେ ହିଁ ମୋତେ ସମାଜରେ ବଞ୍ଚିବାକୁ ଦେଲାନି। କେତେ ନିନ୍ଦା ଅପବାଦ ସହିବି, ମୁଁ ଥକି ପଡ଼ିଛି। ପଇସା ପାଇଁ ମୋତେ ସବୁ ପର କରିଦେଲେ। ଯାହାକୁ ମୁଁ ଜୀବନଠୁ ଅଧିକ ଭଲ ପାଏ, ସିଏ ମୋତେ ଭୁଲି ଜଗନର ହୋଇଗଲା। ବାସ୍ତବରେ ମୋର ବୁଝିବା ହିଁ ଭୁଲ୍‌ ଥିଲା। ମୁଁ ଆଉ କିଛି କରି ପାରିଲିନି। ମୁଁ ତୁମ ମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି।’... ଏଭଳି କିଛି ସୁଇସାଇଡ୍‌ ନୋଟ୍‌ରେ ଲେଖି ଜୀବନ ହାରିଛନ୍ତି ଜଣେ ଯୁବକ। ଯେଉଁ ଝିଅକୁ ସେ ଭଲ ପାଉଥିଲେ, ଘନିଷ୍ଠ ସାଙ୍ଗ ସହ ସେ ଝିଅର ପ୍ରେମ ସମ୍ପର୍କ ଜାଣିବା ପରେ ଏହାକୁ ସହି ପାରିଲେ ନାହିଁ ଯୁବକ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗଢିଆ ଗାଁରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ତେନ୍ତୁଳିଗଢିଆ ଗାଁର ୨୨ ବର୍ଷୀୟ ଯୁବକ ଦିଗବିଜୟ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘର ଲୋକ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। ଦିଗବିଜୟଙ୍କ ଏକ ହାତ ଲେଖା ଏକ ସୁଇସାଇଡ୍ ନୋଟ୍‌ ଜବତ ହୋଇଛି। ଡିପ୍ଲୋମା ପାଠ ଶେଷ କରିବା ପରେ ସେ ଘରେ ରହୁଥିଲେ। କିଛି ଦିନ ହେବ ନିଜ ପ୍ରେମ ସମ୍ପର୍କକୁ ନେଇ ଡିପ୍ରେସନରେ ରହୁଥିଲେ ବୋଲି ଅଭିଯୋଗ ହୋଇଛି। 

ଦିଗବିଜୟଙ୍କ ହାତଲେଖା ସୁଇସାଇଡ୍ ନୋଟ ଅନୁସାରେ, ଦିଗବିଜୟ ଜଣେ ଝିଅକୁ ଭଲ ପାଉଥିଲେ। କିନ୍ତୁ ସେହି ଝିଅ ଓ ଦିଗବିଜୟଙ୍କ ଘନିଷ୍ଠ ସାଙ୍ଗ ଜଗନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏସମ୍ପର୍କରେ ଦିଗବିଜୟ ଜାଣିବା ପରେ ଏହାକୁ ସହ୍ୟ କରିପାରି ନଥିଲେ। ଶେଷରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦିଗବିଜୟ ଚିଠିରେ ଯେଉଁ ଜଗନଙ୍କ ନାଁ ଉଲ୍ଲେଖ କରିଥିଲେ ସେ ହିଁ ଦିଗବିଜୟଙ୍କ ଆତ୍ମହତ୍ୟା ସମ୍ପର୍କରେ ଦିଗବିଜୟଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଦିଗବିଜୟଙ୍କ ସାଙ୍ଗ ଜଗନ ତାଙ୍କ ବଡବାପାଙ୍କୁ ଫୋନ ଯୋଗେ ଏକ ସୁସାଇଡ୍‌ ନୋଟ୍‌ କଥା କହିଥିଲେ। ପରେ ପରିବାର ଲୋକେ ଜଗନଙ୍କ ମୋବାଇଲରେ ଏମିତି ଏକ ନୋଟ୍‌ ଦେଖିଥିଲେ, ଯାହାକି ଅନ୍ୟ ଗୋଟିଏ ନମ୍ବରରୁ ଆସିଥିଲା। ପରେ ଦିଗବିଜୟଙ୍କ ରୁମକୁ ଯାଇ ଦେଖିବାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ।’

ସୁଇସାଇଡ୍‌ ନୋଟ୍‌ରେ ଦିଗବିଜୟ ଲେଖିଥିଲେ, ‘ପଇସା ପାଇଁ ମୋତେ ସବୁ ପର କରିଦେଲେ। କାହାକୁ କହିବି ଏ ଦୁଃଖ କଥା। ଜଗନକୁ ମୁଁ ବଡଭାଇ ଭଳି ମାନେ। ହେଲେ ଶେଷରେ ଗୋଟେ ଝିଅ ପାଇଁ ସେ ମୋତେ ଭୁଲିଗଲା। ବାସ୍ତବରେ ମୋର ବୁଝିବା ହିଁ ଭୁଲ୍‌ ଥିଲା। ମୁଁ ଆଉ କିଛି କରି ପାରିଲିନି। ମୁଁ ତୁମ ମାନଙ୍କୁ ଛାଡି ବହୁ ଦୂରକୁ ଚାଲିଯାଉଛି। ଆଉ ଯାହା ତଥ୍ୟ ସବୁ ମୋ ମୋବାଇଲରୁ ପାଇଯିବ। ମୋତେ ଜଗନ ଆଉ ସେ ଝିଅ ମିଶି ମରିବାକୁ ବାଧ୍ୟ କରିଛନ୍ତି। ‘Love You Bapa’। ବାପା ଏହି ଦୁଇ ଜଣଙ୍କୁ ଛାଡ଼ିବନି , ଏମିତି କଷ୍ଟ ଦେବ ଯେମିତି ପରବର୍ତ୍ତୀ ସମୟରେ ଏଭଳି କାର୍ଯ୍ୟ କରିବାକୁ ସେମାନେ ଆଉ ସାହସ କରିପାରିବେନି।  

Advertisment
Youth Commits Suicide Tragic Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ