13 Month Old Girl Dies After Her Mother Runs Car Over Her
୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି। ଏନ୍ବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ଗତ ଗୁରୁବାର ଦିନ ଆମେରିକାର ଆରିଜୋନାରେ ଏହି ଘଟଣା ଘଟିଛି। ଅଜାଣତରେ ମହିଳା ଜଣକ ନିଜ ଛୁଆ ଉପରେ ଚଳନ୍ତା କାର୍ ଚଢ଼ାଇ ଦେଇଥିବା ଜଣାପଡ଼ିଛି। ଜୁଲାଇ ୬ରେ ୟାଭାପାଇ କାଉଣ୍ଟି ଶେରିଫ୍ର ଅଫିସକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ମହିଳା ଜଣକ ଦାବି କରିଥିଲେ ଯେ, ସେ ନିଜର ୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଇଛନ୍ତି। ମୃତ ଶିଶୁର ନାଁ ସାଇରା ରୋଜ୍ ଥୋଏମିଂ।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଘର ନିକଟରେ କାର୍ ପାର୍କିଂ କରିଥିଲେ। ଯେତେବେଳେ ସେ ଗାଡ଼ିକୁ ବାହାର କରୁଥିଲେ, ସେହି ସମୟରେ ତାଙ୍କୁ ଲାଗିଥିଲା ଝିଅକୁ ସେ କାର୍ ଭିତରେ ଭଲ ଭାବେ ବସାଇଛନ୍ତି। ତେବେ କୌଣସି କାରଣବଶତଃ, ଶିଶୁଟି କାର୍ରୁ ତଳକୁ ଖସି ପଡ଼ିଥିଲା ଓ ଏହା ମହିଳା ଜଣକ ଜାଣିପାରିନଥିଲେ। ଫଳରେ ସେ ଅଜାଣତରେ ଶିଶୁଟି ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।
ସାଇରାଙ୍କ ମୃତ୍ୟୁରେ ତାଙ୍କ ମାମୁ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସାଇରା ସମସ୍ତଙ୍କ ମୁହଁରେ ହସ ଫୁଟାଉଥିଲା ବୋଲି ସେ କହିଛନ୍ତି। ୨୦୨୨ ମସିହା, ମେ’ ୧୬ରେ ସାଇରା ଜନ୍ମଗ୍ରହଣ କରିଥିଲେ। ହେଲେ ସେ ଜାଣିନଥିଲେ ସେ ମାତ୍ର ଅଳ୍ପ ଦିନ ପାଇଁ ଦୁନିଆକୁ ଆସିଛନ୍ତି। ଅନ୍ୟପକ୍ଷେ, ଘଟଣାକୁ ନେଇ YCSO କ୍ରିମିନାଲ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ଝିଅର ମୃତ୍ୟୁକୁ ନେଇ ଉକ୍ତ ମହିଳାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇଛି କି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1688972702.jpg)