Advertisment

ମାଆ ହତ୍ୟାର ଲୋମଟାଙ୍କୁରା କାହାଣୀ ପୋଲିସ ଆଗରେ ବଖାଣିଲା ଅଢ଼େଇ ବର୍ଷର କୁନିଝିଅ

ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।

ଅଦ୍ୟତନ ହୋଇଛି
Father kills her mother

Father kills her mother

Advertisment

ଅଢେଇ ବର୍ଷ ଛୁଆ ଦେଉଛି ମାଆର ହତ୍ୟା ବିବରଣୀ ହତ୍ୟାକାରୀ। ବାପା, ମାଆକୁ କେମିତି ମାରିଲେ ସବୁ କିଛି ବଖାଣୁଛି। ଆନ୍ଧ୍ରପ୍ରଦେଶ କାକିନାଡ଼ା ଅଞ୍ଚଳରେ ରହୁଥିବା ଉମରକୋଟ୍ ଅଞ୍ଚଳର ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଓ ପରେ ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଛି। ଆଉ ଏ ଘଟଣା ସେମାନଙ୍କ ଅଢେଇ ବର୍ଷର ଝିଅ ଆଖି ସାମ୍ନାରେ ଘଟିଥିଲା। ଏହି କୁନି ଝିଅ ଘଟଣା କେମିତି ଘଟିଥିଲା ସବୁ କହିବା ପରେ ଅଭିଯୁକ୍ତ ବାପାକୁ ବାନ୍ଧିଛି ପୋଲିସ।

Advertisment

ଅଢେଇ ବର୍ଷ ଛୁଆ ମୁହଁରେ ମାଆ ହତ୍ୟାର ଟିକିନିଖି କାହାଣୀ। ତାରି ଆଖି ସାମ୍ନାରେ କିଏ, କେଉଁଠି ଏବଂ କେମିତି ମାରିଲା ସବୁ କିଛି ବଖାଣୁଛି ତାର ଏଇ କୁନି ମୁହଁ। ଜୀବନ କଣ, ମୃତ୍ୟୁ କଣ କିଛି ଜାଣି ନଥିଲେ ବି, ଥାନା ଭିତରେ ସମ୍ପର୍କୀୟ ପଚାରୁଥିବା ସବୁ ପ୍ରଶ୍ନର ଉତ୍ତର ଦେଉଛି କୁନି ଝିଅ। ଗତ ମଙ୍ଗଳବାର ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ଘଟିଥିବା ଏକ ଅଭାବନୀୟ ଘଟଣାର ସାକ୍ଷୀ ପାଲଟିଥବା  କୁନି ଝିଅଟି ନବରଙ୍ଗପୁର ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷଙ୍କ ଝିଅ।

ମାଣିକ, ତାଙ୍କ ପତ୍ନୀ ଲିପିକା ଓ ଏଇ ଅଢେଇ ବର୍ଷର ଝିଅ ସହ ମିଶି କାକିନାଡ଼ାରେ ରହୁଥିଲେ। ଗତ ମଙ୍ଗଳବାର ରାତିରେ କୌଣସି ଘଟଣାକୁ ନେଇ ପତି-ପତ୍ନୀଙ୍କ ଭିତରେ କଳହ ପରେ ମାଣିକ, ପତ୍ନୀ ଲିପିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ହତ୍ୟା ପରେ ପୋଲିସ ଆଗରେ, ନିଜେ ଦେଖିଥିବା ସବୁ କଥା କହିଛି କୁନି ଝିଅ।

Advertisment

ଅଭିଯୁକ୍ତ ମାଣିକ ୭ ବର୍ଷ ତଳେ ଲିପିକାଙ୍କୁ ବିବାହ କରିଥିଲେ। ତେବେ ଏଇ କିଛି ମାସ ପୂର୍ବରୁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଉମରକୋଟ ଥାନାରେ ମାମଲା ଦାଏର ହୋଇଥିଲା। ପରେ ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ବୁଝାମଣା ହୋଇ ପୁଣି ଶାଶୁଘରକୁ ଆସିଥିଲେ ଲିପିକା। ରୋଜଗାର ପାଇଁ ଗତ ଜୁନରେ ଦାଦନ ଖଟିବାକୁ ସ୍ତ୍ରୀ ଓ ଝିଅ ସହ କାକିନାଡ଼ା ଚାଲିଯାଇଥିଲେ ମାଣିକ। ତେବେ ଗତ ସୋମବାର ଏଭଳି ଜଘନ୍ୟ ଅପରାଧ ଘଟାଇ ବସିଥିଲା ମାଣିକ। କାକିନାଡ଼ା ପୋଲିସ ଅଭିଯୁକ୍ତ ମାଣିକକୁ ଗିରଫ କରିବା ପରେ ସେ ତାର ଅପରାଧ ସ୍ବୀକାର କରିଛି।

(ରିପୋର୍ଟ: ନବରରଙ୍ଗପୁରରୁ ନବଘନ ବିଷୋୟୀ) 

Father Kills Her Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ