Advertisment

ପ୍ରତିଶୋଧର ନିଆଁ...୨୨ ବର୍ଷ ପରେ ବାପାଙ୍କ ହତ୍ୟାକାରୀକୁ ଗାଡ଼ି ମଡ଼ାଇ ହତ୍ୟା କଲା ପୁଅ

ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତିକୁ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
 Gujarat murder case

Gujarat murder case

Advertisment

ପୁଅ ନେଲା ବାପାଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ । ୨୨ ବର୍ଷ ପରେ ନେଲା ପ୍ରତିଶୋଧ । ଏମିତି କାହାଣୀ ଆପଣ ହୁଏତ ଫିଲ୍ମରେ ଦେଖିଥିବେ ବା ଶୁଣିଥିବେ । ଏମିତି ଏକ ଘଟଣା ଏବେ ସତରେ ଘଟିଛି । ବିଶ୍ବାସ ନ ହେଲେ ବି ସତ । ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତିକୁ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି। ବ୍ୟକ୍ତି ଜଣକ ଯେଉଁଭଳି ଭାବେ ତାଙ୍କ ବାପାଙ୍କୁ ହତ୍ୟା କରିଥିଲା, ଏବେ ୩୦ ବର୍ଷୀୟ ପୁଅ ସେହିଭଳି ଭାବେ ହତ୍ୟାକାରୀକୁ ମାରିଛି।

Advertisment

ଗୁଜରାଟର ଅହମଦାବାଦ ଅନ୍ତର୍ଗତ ବୋଡାକଦେବରେ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଅକ୍ଟୋବର ୧ରେ ଅହମଦାବାଦ ପୋଲିସ୍‌କୁ ଖବର ମିଳିଥିଲା ଯେ ସାଇକେଲରେ ଯାଉଥିବା ୫୦ ବର୍ଷୀୟ ନାଖତ ସିଂହ ଭାଟିଙ୍କୁ ଗୋଟିଏ ପିକଅପ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି।

ପୋଲିସ୍‌ ଏହାକୁ ସାଧାରଣ ଦୁର୍ଘଟଣା ମାମଲା ଭାବେ ବିବେଚନା କରିଥିଲା। କିନ୍ତୁ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଭାଟିକୁ ଜାଣିଶୁଣି ଗାଡ଼ି ଚାଳକ ଧକ୍କା ଦେଇ ହତ୍ୟା କରିଥିବା ଜଣାପଡ଼ିଥିଲା। ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ୍‌ ୩୦ ବର୍ଷୀୟ ଗୋପାଲ ସିଂହ ଭାଟି ପାଖରେ ପହଞ୍ଚିଥିଲା। ସେ ଜାଣିଶୁଣି ନାଖତ ଉପରେ ଗାଡ଼ି ମଡ଼ାଇ ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। 

Advertisment


ପୂର୍ବ ଘଟଣା କଣ ଥିଲା ? 

ଗୋପାଲଙ୍କ ବାପାଙ୍କୁ ୨୦୦୨ ମସିହାରେ ରାଜସ୍ଥାନରେ ନାଖତ ସମାନ ଶୈଳୀରେ ହତ୍ୟା କରିଥିଲା। ସେହି ସମୟରେ ଗୋପାଲଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ସେବେଠାରୁ ସେ ପ୍ରତିଶୋଧ ନେବା ଅପେକ୍ଷାରେ ରହିଥିଲେ। ଏବେ ସେ ପ୍ରତିଶୋଧ ନେବାକୁ ସଫଳ ହୋଇଛନ୍ତି । ପୋଲିସ୍‌ର କହିବା କଥା ଥାଲତେଜ ଅଞ୍ଚଳର ନାଖତ ହେଉଛି ରାଜସ୍ଥାନର ଜୈସାଲମେରର ମୂଳବାସିନ୍ଦା। ୨୦୦୨ରେ ଗୋପାଲଙ୍କ ବାପା ହରି ସିଂହ ଭାଟି ରାଜସ୍ଥାନରେ ଗୋଟିଏ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ନାଖତ ଓ ତା’ର ୪ ଭାଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିଲା। ହେଲେ ଏହି ଜେଲ ଦଣ୍ଡରେ ଗୋପାଲ ସନ୍ତୁଷ୍ଟ ହୋଇ ନଥିଲେ। ସେ ବାପାଙ୍କ ହତ୍ୟାକାରୀଙ୍କୁ ଉଚିତ ଜବାବ ଦେବାକୁ ଯୋଜନା କରିଥିଲେ। ଏସବୁ ଭିତରେ ୨୨ ବର୍ଷ ବିତି ଯାଇଥିଲା। ତେବେ ଏବେ ସେ ସଫଳ ହୋଇଛନ୍ତି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ