Advertisment

ରାଜଧାନୀରେ ବୋହୂ ଆତ୍ମହତ୍ୟାର ଦୁଃଖଦ କାହାଣୀ

କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ?

Newly Married Woman ends life

Newly Married Woman ends life

Advertisment

ନବବଧୂ ବେଶରେ ଏମିତି ଦିନେ ଝଟକୁଥିଲେ କଟକ ନିଆଳି ଥାନା କୁଳ ଲୁଣିଙ୍ଗାର ପ୍ରଭାକର ସ୍ୱାଇଁଙ୍କ ଝିଅ ପ୍ରଜ୍ଞା ପରମିତା। ଆଖିରେ ଥିଲା ଅନେକ ସ୍ୱପ୍ନ, ସୁନାର ସଂସାର ବସାଇବାକୁ ମନରେ ରଖିଥିଲେ କେତେ ଆଶା। ଆଜି ବି ବାପଘର କାନ୍ଥରେ ଶୋଭାପାଉଛି ଶୁଭ ବିବାହର ପୋଷ୍ଟର। ଭୁବନେଶ୍ୱର ପଟିଆ ସ୍ଥିତ ଶାଶୁଘରେ ବି ଦାଉ ଦାଉ ହୋଇ ଝଟକୁଛି, ପ୍ରଶାନ୍ତ ୱେଡ୍ସ ପ୍ରଜ୍ଞାର ରଂଗୀନ ହାତଲେଖା। କିନ୍ତୁ ଦୁର୍ଭାଗ୍ୟ, ଆଜି ପ୍ରଜ୍ଞା ଆରପାରିରେ। ଚରମ ନିଷ୍ପତ୍ତି ନେଇ ଜୀବନ ହାରିଦେଇଛନ୍ତି ନବ ବିବାହିତା ପ୍ରଜ୍ଞା। ମା ବାହୁନି ବାହୁନି କାନ୍ଦୁଛନ୍ତି ଝିଅ ପାଇଁ।

Advertisment

ନିରବି ଯାଇଛି ପ୍ରଜ୍ଞାଙ୍କ ଘର ପରିବାର। କିନ୍ତୁ ଏଭଳି ଆତ୍ମହତ୍ୟା ପଛରେ ପ୍ରଜ୍ଞାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କୁ ଦାୟୀ କରିଛନ୍ତି ସମସ୍ତେ। ସମସ୍ତଙ୍କ ଅଭିଯୋଗ, ପ୍ରଜ୍ଞାଙ୍କୁ କ୍ୟାନସର ରୋଗୀ କହି ବାପଘରକୁ ଫେରାଇଦେଇଥିଲେ ଶାଶୁଘର ଲୋକେ। ଶେଷରେ ମାନସିକ ନିର୍ଯାତନା ସହିନପାରି ପ୍ରଜ୍ଞା ଆଜି ଆତ୍ମହତ୍ୟା କରିଦେଇଛନ୍ତି ଭୁବନେଶ୍ୱରସ୍ଥିତ ଭାଇଙ୍କ ଭଡ଼ାଘରେ।

୮ ଜୁନ୍, ୨୦୨୨। ବୈଦିକ ରୀତିନୀତି ଅନୁଯାୟୀ ପ୍ରଜ୍ଞାଙ୍କୁ ବିବାହ କରିଥିଲେ ପଟିଆର ପ୍ରଶାନ୍ତ ପାତ୍ର। ପ୍ରଥମ କିଛିଦିନ ଠିକଠାକ୍ ଚାଲିଥିଲା। ତେବେ ପ୍ରଜ୍ଞାଙ୍କ ପରିବାରର ଅଭିଯୋଗ, ବିବାହର ୧୨ ଦିନ ମଧ୍ୟରେ ଶାଶୁଘର ଲୋକେ କହିଥିଲେ ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଯାଇଛି, ତମ ଝିଅକୁ ତମେ ନେଇଯାଅ। ଏହାପରେ ଜୁନ୍ ୨୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପ୍ରଜ୍ଞାଙ୍କୁ ଦେଖାଇଥିଲେ ତାଙ୍କ ଭାଇ। ଡାକ୍ତର କହିଥିଲେ କ୍ୟାନ୍ସର ହୋଇନି, ବରଂ ଦନ୍ତ ଅସ୍ଥି କ୍ଷୟ ରୋଗରେ ସେ ପୀଡ଼ିତା।

Advertisment

ଏହାପରେ ମାଇନର ସର୍ଜରୀ ବି କରିଥିଲେ ଡାକ୍ତର। ପରବର୍ତ୍ତୀ ସମୟରେ ପ୍ରଜ୍ଞା ସୁସ୍ଥ ହେବା ପରେ ବି ସ୍ବାମୀ ପ୍ରଶାନ୍ତ ଏବଂ ତାଙ୍କ ପରିବାର ଲୋକେ ଆଉ ପ୍ରଜ୍ଞାଙ୍କୁ ଗ୍ରହଣ କଲେନି। ଏପରିକି ତାଙ୍କ ମୋବାଇଲ ନମ୍ବରକୁ ବ୍ଲକ କରିଦେଲେ। ଏଭଳି ନାନା ମାନସିକ ଚାପରୁ ଶେଷରେ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପ୍ରଜ୍ଞାଙ୍କ ଭାଇ। 

ତେବେ କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ? ଏ ସମ୍ପର୍କରେ ନା କିଛି ପ୍ରତିକ୍ରିୟା ରଖିଛନ୍ତି ସ୍ୱାମୀ ପ୍ରଶାନ୍ତ ନା କିଛି କହିବାକୁ ଚାହିଁଛନ୍ତି ତାଙ୍କ ପରିବାର। ସେପଟେ ମଞ୍ଚେଶ୍ୱର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ବୋହୂ ପ୍ରଜ୍ଞାଙ୍କ ମରଶରୀରକୁ ନେଇ ସତ୍ୟନଗର ମଶାଣୀରେ ଅନ୍ତିମ ସତ୍କାର କରିଛନ୍ତି ଶାଶୂଘର ଲୋକେ।   

Advertisment

ରିପୋର୍ଟ: ବିନୟ ମିଶ୍ର, ଚନ୍ଦନ ପାଇକରାୟ ଓ ଅତୁଲ୍ୟ ବାଉତ

Woman Ends Life
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ