Advertisment

ଅଫିସ୍‌ ଭିତରେ ପଶି BDOଙ୍କୁ ଛେଚିଲେ !

୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି।

ଅଦ୍ୟତନ ହୋଇଛି
Nabarangpur Jharigaon BDO

Three miscreants attack Jharigaon BDO in his office

Advertisment

ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ସତ୍ୟନାରାୟଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲା ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଉମରକୋଟ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ଗୁରୁବାର ଅପରାହ୍ନରେ ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ନିଜ କାର୍ଯ୍ୟାଳୟରେ ଥିବା ସମୟରେ ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁ ନାମକ ୩ ଜଣ ବ୍ୟକ୍ତି ଅଫିସ ମଧ୍ୟକୁ ଧସେଇ ପସି ବିଡିଓଙ୍କୁ ଗାଳି ଗୁଲଜ କରିଥିଲେ। ଏହାସହ ନିସ୍ତୁକ ମାଡ଼ ମାରିଥିଲେ। କୌଣସି ଏକ କାର୍ଯ୍ୟର କାର୍ଯ୍ୟାଦେଶ ଫାଇଲକୁ ନେଇ ୩ ଜଣ ମାଡ଼ ମାରିଥିବା ବିଡିଓ ଏତଲାରେ ଦର୍ଶାଇଛନ୍ତି। ପୋଲିସ ତଦନ୍ତ ପରେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।

ଏତଲା ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଉମରକୋଟ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆକ୍ରମଣକାରୀଙ୍କୁ ଧରିବାକୁ ଟିମ୍ ଗଠନ କରାଯାଇଥିବା ଏସ୍‌ଡିପିଓ କହିଛନ୍ତି ।

Advertisment
Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ