Advertisment

ବୁଲଡୋଜର ଲଗାଇ ତାଡ଼ିନେଲେ ଏଟିଏମ୍

କ୍ୟାପସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର।

Bulldozer ATM Booth

Bulldozer ATM Booth

Advertisment

ଏଟିଏମ୍‌ରୁ ଚୋରି କରିବା ପାଇଁ ବିଚିତ୍ର ତରିକା ଆପଣାଇଲେ ଦୁର୍ବୃତ୍ତ। ଏଟିଏମ୍‌ ମେସିନ୍‌ ଖୋଲିବାକୁ ସକ୍ଷମ ନହେବାରୁ ଜେସିବିରେ ତାଡ଼ିନେଲେ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ମହାରାଷ୍ଟ୍ର ସଙ୍ଗିଲି ଅଞ୍ଚଳରେ। ଏହାର ସିସିଟିଭିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ଏହି ଭିଡିଓରେ ଲୁଟେରାମାନେ ବୁଥ୍‌ରେ ଥିବା ଜେସିବି ଆଙ୍କୁଡାରେ ଏଟିଏମ୍‌ ମେସିନ୍‌କୁ ଖୋଳି ଦେଇଥିଲେ। ଜେସିବି ସହାୟତାରେ ଲୁଟି ନେଇଥିଲେ। ଏହି ଘଟଣାଟି ରବିବାର ମହାରାଷ୍ଟ୍ର ସାଂଗିଲି ଅଞ୍ଚଳରେ ଘଟିଛି। ଯାହାକି ଏଟିଏମ୍‌ ବୁଥ୍‌ରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। 

Advertisment

ଏହି ଭିଡିଓକୁ ଜଣେ ୟୁଜର ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। କ୍ୟାପସନ୍‌ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର। ମନେହେଉଛି ଏହି ଯୁଗରେ ବୁଲଡୋଜର ତାର ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି !

Bulldozer In ATM Booth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ