Theft
ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ଟାର୍ଗେଟରେ ସରକାରୀ କ୍ବାର୍ଟର୍ସ । ଗତକାଲି ବିଳମ୍ବିତ ରାତିରେ ୟୁନିଟ-୩ ଅଞ୍ଚଳର ଏକ ସରକାରୀ କ୍ବାର୍ଟସରେ କଳାକନା ବୁଲାଇଛନ୍ତି ଚୋର। କବାଟ ଭାଙ୍ଗି ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା । ପୂର୍ବରୁ ସମାନ ଘରୁ ଦୁଇ ଦୁଇ ଥର ଚୋରି ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଅଭିଯୁକ୍ତକୁ ପୋଲିସ ଗିରଫ କରିନଥିବାରୁ ତେଜିଛି ଅସନ୍ତୋଷ ।
ଚୋରି ତ ଚୋରି, ତା ପୁଣି ସରକାରୀ କ୍ବାର୍ଟର୍ସରୁ, ରାଜଧାନୀର ଛାତି ଉପରୁ। ଅଧରାତିରେ କବାଟ ଭାଙ୍ଗି ପଶିଲେ, ନଗଦ ଟଙ୍କା, ସୁନା ଅଳଙ୍କାର ସହ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବା ଲାପଟପ୍ ଲୁଟିନେଲେ। ଭୁବନେଶ୍ବର ୟୁନିଟ-୩ ଅଞ୍ଚଳରେ ଥିବା କ୍ବାର୍ଟର୍ସରୁ ଚୋରି ହୋଇଛି । ଯେଉଁଠି ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।
ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ। କିଭଳି କବାଟ ଭାଙ୍ଗି ଘରେ ପଶିଛନ୍ତି ତିନି ଚୋର। ଘରେ କେହି ନଥିବାବେଳେ ଘର ଭିତରକୁ ପଶି ଆଲମାରୀ ଭାଙ୍ଗି ଲୁଟିନେଇଛନ୍ତି ସବୁକିଛି। ଟଙ୍କା, ସୁନାଗହଣା ସହ ପାଠ ପଢୁଆ ଝିଅର ଲାପଟପକୁ ବି ଛାଡ଼ିନାହାନ୍ତି ଲୁଟେରା । ବଡ଼କଥା ହେଲା ପୂର୍ବରୁ ଏହି ଘରୁ ଦୁଇ ଦୁଇଥର ଚୋରି ହୋଇଥିଲା। ଏଥରକୁ ମିଶାଇ ତୃତୀୟ ଥର ପାଇଁ କଳାକନା ବୁଲାଇଛନ୍ତି ଅଭିଯୁକ୍ତ।
ଅର୍ଥ ବିଭାଗରେ ଚାକିରି କରିଥିବା ପୁଷ୍ପଲତା, ଝିଅ ସହିତ ରୁହନ୍ତି ଏହି କ୍ବାର୍ଟର୍ସରେ । ହେଲେ ଏଇଠୁ ତିନି ତିନିଥର ଚୋରି ହେବାପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍। ଘରେ କେହି ନଥିବାବେଳେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ହାତବାନ୍ଧି ବସିଛି ପୋଲିସ। ଏପରିକି ଥାନାକୁ ଗଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ସୁରକ୍ଷାକୁ ନେଇ ଉଭୟ ମାଆଝିଅ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ପୋଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Theft_1750778284.jpg)