• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଣ୍ଡିଆ ମାରି ମନ୍ଦିରରୁ ଚୋରି । ଚୋରି କରୁଥିବାରୁ ଚୋର ପ୍ରଥମେ କ୍ଷମା ମାଗି ଦେବୀ ମାଙ୍କୁ ମୁଣ୍ଡିଆ ମାରିଲା, ତା ପରେ ଦାନ ପେଟି ଧରି ଛୁ ହେଇଗଲା । ଏଭଳି ଏକ ଚୋରି ସମୟର ଭିଡିଓ କଏଦ୍ ହୋଇଛି ସିସିଟିଭିରେ ।  ମଧ୍ୟପ୍ରଦେଶ ଜବଲପୁରରେ ଏପରି ଏକ ଘଟଣା ଘଟିଛି । 

ଗତ ୫ ତାରିଖରେ ମଧ୍ୟପ୍ରଦେଶ ଜବଲପୁର ସୁଖା ଗାଁର ଲକ୍ଷ୍ମୀ ମାତା ମନ୍ଦିରରେ ଏଭଳି ଏକ ଚୋରି ହୋଇଥିବା ଜଣାପଡିଛି । ମୁଖା ପିନ୍ଧା ଚୋର ପ୍ରଥମେ ତାଲା ଭାଙ୍ଗି ମନ୍ଦିରକୁ ପ୍ରବେଶ କରୁଛି । ଆଉ ତା’ପରେ ମାଆଙ୍କ ମୂର୍ତ୍ତି ସାମ୍ନାରେ ଦେଖିବା ପରେ ସାମ୍ନାରେ ହାତ ଯୋଡ଼ି କିଛି ସମୟ ଛିଡ଼ା ହେଉଛି । ସିସିଟିଭିରେ ଦେଖିବାକୁ ମିଳୁଛି, ତା ପରେ ସେ ମାଆଙ୍କୁ ମୁଣ୍ଡିଆ ମାରୁଛି । ଏହାପରେ ୩ଟି ଦାନ ପେଟି ନେଇ ଫେରାର୍ ହୋଇଯାଉଛି ।

ଚୋରଟି ଦାନପେଟି ସହିତ ମନ୍ଦିରର ଦୁଇଟି ବଡ ଘଣ୍ଟି ଏବଂ ପୂଜା କରାଯାଉଥିବା ବାସନକୁ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଏହି ଅଭିନବ ଚୋରକୁ ଖୋଜୁଛି । ତେବେ ଚୋରର ଏହି ଭିଡିଓ ଦେଖି କେହି କେହି ସଂସ୍କାରୀ ଚୋର ବୋଲି କହୁଛନ୍ତି ।