• Astrospeak
  • Live TV
  • Read In English

Blueprint Prepared In Jail: ଜେଲରେ ତିଆରି ହେଲା ବ୍ଲୁ ପ୍ରିଣ୍ଟ, ସାଙ୍ଗକୁ ଗୁଳିମାଡ଼ କରି କଲେ ଲୁଟ୍ ଉଦ୍ୟମ

ବିଭିନ୍ନ ଲୁଟ୍ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଜେଲରେ ଦେଖାହେଲା ପରେ ଲୁଟେରାମାନେ ସାଙ୍ଗ ହୋଇଗଲେ । ବଢ଼ିଲା ଦୋସ୍ତି । ସାଥି ଲୁଟେରାଙ୍କ ସହ ମିଶି ଜେଲ୍ ଭିତରେ ତିଆରି କଲେ ବ୍ଲୁ ପ୍ରିଣ୍ଟ । ବାହାରକୁ ବାହାରିଲେ କେଉଁଠୁ ଆଣିବା ଟଙ୍କା, କାହାକୁ କରିବା ଲୁଟ୍ । କେବଳ ଟଙ୍କା ପାଇଁ ନିଜର ସାଙ୍ଗକୁ ଗୁଳିମାଡ଼ କରି ଟଙ୍କା ଲୁଟ୍ ପାଇଁ କରିଦେଲେ ଯୋଜନା ।

lootera gang
ଲୁଟେରା ଗ୍ୟାଙ୍ଗ

ଜେଲ ଯିବାକୁ ଡରିଲେନି । ଲୁଟ୍ କରି ଟଙ୍କା ଆଣିବାକୁ ପସନ୍ଦ କଲେ । ଗୋଟିଏ ପରେ ଗୋଟିଏ ଲୁଟ କରିବା ଏମାନଙ୍କର ଏବେ ନିତିଦିନିଆ ଅଭ୍ୟାସ ହୋଇଗଲା । ଆଗରୁ ଛୋଟ ମୋଟ ଚୋରି କରୁଥିଲେ ଏବେ ଏମାନେ ବଡ଼ ଲୁଟେରା ଗ୍ୟାଙ୍ଗ।

ଏହି ଲୁଟେରା ଗ୍ୟାଙ୍ଗ ତିଆରି ହୋଇଥିଲା ବାରିପଦା ଜେଲରେ । ବାରିପଦା, ବାଲେଶ୍ଵର ଏବଂ ଗଂଜାମରେ ଏହି ଲୁଟେରା ଗ୍ୟାଙ୍ଗ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ପୋଲିସର କହିବା ଅନୁଯାୟୀ, ଏହି ଗ୍ୟାଙ୍ଗରେ ରହିଛନ୍ତି ସନୁ ,ରକି, ଦେବା, ମାନସ, ଦିଲ୍ଲୀପ ଓ ନାରାୟଣ ।

ଏମାନଙ୍କ ଘର ବାରିପଦା, ବହଳଦା, ବାଲେଶ୍ଵରର ବସ୍ତା, ଗଂଜାମର ବୁଗୁଡ଼ା ଏବଂ ଆସ୍କା ଅଞ୍ଚଳରେ ।

ଗତ ୨୩ ତାରିଖ ରେ ମୟୂରଭଞ୍ଜ କୁଳିଅଣା ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର କୁଚେଇ ଛକ ନିକଟରେ ମଦ ଦୋକାନର ଜଣେ ମ୍ୟାନେଜରଙ୍କୁ ଅଟକାଇ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଟଙ୍କା ବ୍ୟାଗ ଛଡାଇ ନପାରିବାରୁ ୬ ରାଉଣ୍ଡ ଗୁଳି ଚଲାଇଥିଲେ । ତେବେ ଟଙ୍କା ନେଇ ନପାରି ସେଠାରୁ ଖସି ପଳାଇଥିଲେ ।

ସେହି ଦିନ ସାଇଣ୍ଟିଫିକ ଟିମ୍ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ୬ଟି ଖୋକା ମଧ୍ୟ ମିଳିଥିଲା । ପୋଲିସ ପାଇଁ ଏହା ଥିଲା ଚାଲେଞ୍ଜ।

ବାଲେଶ୍ଵର ରେଞ୍ଜ ପୋଲିସ ଆଇଜି ଅନୁପ କୁମାର ନାୟକ କହିଛନ୍ତି, ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପରେ ଜଣା ପଡିଥିଲା ରକି ଆଉ ଦେବୁ ଦୂରରୁ ଥାଇ ମାଷ୍ଟର ପ୍ଲାନ୍ କରିଥିଲେ । ଜଣଙ୍କ ସହ ଏହ ମ୍ୟାନେଜରଙ୍କର ଥିଲା ପୁରୁଣା ପରିଚୟ । ନିଜ ସାଙ୍ଗ ଠୁ ବି ଭଲ ସମ୍ପର୍କ ଥିଲା । ଦୋକାନ ମ୍ୟାନେଜର କେତେବେଳେ ଟଙ୍କା ନେଇ ଯିବା ଆସିବା କରୁଛନ୍ତି, ସେ ନେଇ ଜାତୀୟ ରାଜପଥରେ ପୂର୍ବରୁ ରେକି ମଧ୍ୟ କରିଥିଲେ ଏମାନେ । ତାପରେ ସମସ୍ତେ ମିଶି ଏହାକୁ ରୂପ ସିନା ଦେଲେ, ହେଲେ ଖୁବଶୀଘ୍ର ପଡିଗଲେ । ଆଜିର ଡିଜିଟାଲ ଦୁନିଆରେ ପୋଲିସ ଫୋନ୍ ଟ୍ରାକିଂ କରି ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଧାରୁଆ ଅସ୍ତ୍ର, ମୋବାଇଲ, ସିମ, ସହ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

ଗତ କିଛିଦିନ ହେଲାଣି ବାରିପଦା ଏବଂ ଏହାର ଆଖପାଖରେ ଲୁଟ, ହଣାକଟା, ବନ୍ଧୁକ ଦେଖାଇ ଭୟଭୀତ କରାଇବା , ଗୁଳିମାଡ଼, ବ୍ୟାଙ୍କ୍ ଡକାୟତି ପରି ଅନେକ ଘଟଣା ଘଟିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସକୁ ମିଳିଛି ସଫଳତା ।

ଅଧିକ ପଢ଼ନ୍ତୁ: ମାରାତ୍ମକ ଡ୍ରଗସର ମାୟାଜାଲ, କୋଡ୍ ୱାଡରେ ଚାଲିଛି ବେପାର