Advertisment

ସାରାରାତି ବ୍ୟାଙ୍କରେ ଲୁଚିଲେ, ରାତିରେ ଗେମ୍‌ ଖେଳିଲେ; ଶେଷରେ...

ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।

ଅଦ୍ୟତନ ହୋଇଛି
Bank Loot

Bank Loot

Advertisment

ନାରାୟଣପାଟଣା: ବ୍ୟାଙ୍କରୁ ସୁନା ଚୋରି ବିଷୟରେ ଆପଣମାନେ ଶୁଣିଥିବେ। ଏପରିକି ମାରଣାସ୍ତ୍ର ଦେଖାଇ ଲୁଟ୍‌ର ଅନେକ ଘଟଣା ସାମ୍ନାକୁ ଆସିଛି। ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍‌ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।

Advertisment

ସୂଚନା ଅନୁସାରେ, ୨୦୧୪ରୁ ୨୦୨୦ ଯାଏ ଶେଖର ଲକ୍ଷ୍ମୀପୁର SBIରେ କାର୍ଯ୍ୟ କରୁଥିଲେ। ହେଲେ ଚାକିରି ଯିବା ପରେ ବ୍ୟାଙ୍କ ଲୁଟ୍‌ର ପୁରା ଗେମ୍ ସେ ରଚିଥିଲେ। ଗତ ନଭେମ୍ବର ୩୦ ତାରିଖ ଦିନ ଅପରାହ୍ନ ୩ଟାରେ ଶେଖର ବ୍ୟାଙ୍କରେ ପଶିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଆଖି ଆଢ଼ୁଆଳରେ ସେ ଷ୍ଟ୍ରଙ୍ଗ ରୁମ୍‌ରେ ଲୁଚି ଯାଇଥିଲେ। ରାତି ୮ଟା ପରେ ସମସ୍ତ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କରୁ ଗଲା ପରେ ସେ ଚୋରିର ପ୍ରକ୍ରିୟା ଆରମ୍ଭ କରିଥିଲେ।

ଶେଖର ପ୍ରଥମେ ବ୍ୟାଙ୍କ ମ୍ୟାନେଜରଙ୍କ ଚାମ୍ବରକୁ ଯାଇ ସେଠାରେ ଷ୍ଟ୍ରଙ୍ଗ ରୁମ୍ ଚାବି ନେଇଥିଲେ। ଏହାପରେ ସେ ୨୧ ପ୍ୟାକେଟ୍ ସୁନା ଅଳଙ୍କାର ଚୋରି କରିଥିଲେ। ଯେଉଁଥିରେ ୧ କିଲୋ ୧୮୯ ଗ୍ରାମ ସୁନା ଥିଲା। ଏହାସହ ୨ ଲକ୍ଷ ୯୫ ହଜାର ଟଙ୍କା ବି ଚୋରି କରିନେଇଥିଲେ। ରାତି ସାରା ସେ ବ୍ୟାଙ୍କରେ ଲୁଚି ରହିଥିଲେ। 

Advertisment

ପରଦିନ ସକାଳ ଅର୍ଥାତ୍‌ ଗତ ଡିସେମ୍ବର ୧ରେ ବ୍ୟାଙ୍କ ଖୋଲିବା ପରେ ସେଠୁ କୌଶଳକ୍ରମେ ଖସି ଯାଇଥିଲେ ଶେଖର। ଗତ ନଭେମ୍ବର ୩୦ରେ ଘଟଣା ଘଟିଥିଲା। କିନ୍ତୁ ଚଳିତ ମାସ ୧୪ ତାରିଖରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ମାମଲାରେ ଅଭିଯୁକ୍ତଙ୍କ ସୁରାକ ସିସିଟିଭିରୁ ମିଳିଥିଲା। ଏବେ ଶେଖରଙ୍କୁ ଗିରଫ କରିବା ପରେ ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀକୁ ଜବତ କରି ପୋଲିସ୍ ଖୋଳତାଡ଼ କରୁଛି।  

Bank Loot Bank Loot In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ