Advertisment

Death Secret on Coffin: ‘ମୋ ପତ୍ନୀର ନିର୍ଯାତନା ସହିନପାରି ମୁଁ ଜୀବନ ହାରୁଛି, ଏକଥା କଫିନ୍‌ରେ ଲେଖିଦବ’

ଜାନୁଆରି ୨୬ରେ କର୍ଣ୍ଣାଟକର ଚାମୁଣ୍ଡେଶ୍ୱରୀ ନଗରରେ ପତ୍ନୀ ପିଙ୍କିଙ୍କ ନିର୍ଯାତନା ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଥିଲେ। ସେ ହେଉଛନ୍ତି ପିଟରରୁ ଗୋଲାପଲ୍ଲୀ। ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସଂକ୍ରାନ୍ତ ଚିଠି ଛାଡ଼ିଯାଇଛନ୍ତି। ଏହି ଦମ୍ପତ୍ତିଙ୍କ ଦୁଇ ବର୍ଷ ତଳେ ବିବାହ ହୋଇଥିଲା।

ଅଦ୍ୟତନ ହୋଇଛି
କଫିନ୍‌ରେ ଲେଖିଲେ ମୃତ୍ୟୁର ରହସ୍ୟ

କଫିନ୍‌ରେ ଲେଖିଲେ ମୃତ୍ୟୁର ରହସ୍ୟ

Advertisment

ବେଙ୍ଗାଲୁରର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ଏକ ଭିଡିଓ ଭାଇରାଲ୍ କରିଥିଲେ ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ ପତ୍ନୀ ଏବଂ ତାଙ୍କ ପରିବାରକୁ ଦାୟୀ କରିଥିଲେ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାର ଚର୍ଚ୍ଚା ଥମିବା ପୂର୍ବରୁ କର୍ଣ୍ଣାଟକର ହୁବଲି ସହରରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ଛାଡ଼ିଯାଇଥିବା ସୁଇସାଇଡ୍ ନୋଟ୍ କଫିନରେ ଲେଖାଯାଇଥିଲା। ଜଣେ ଦୁଃଖୀ ସ୍ୱାମୀଙ୍କ ଏହି କାହାଣୀ ଆପଣଙ୍କୁ ବିଚଳିତ କରିପାରେ।

Advertisment

କାହିଁକି ମୃତ୍ୟୁ ଥିଲା ଶେଷ ବିକଳ୍ପ?

ଜାନୁଆରି ୨୬ରେ କର୍ଣ୍ଣାଟକର ଚାମୁଣ୍ଡେଶ୍ୱରୀ ନଗରରେ ପତ୍ନୀ ପିଙ୍କିଙ୍କ ନିର୍ଯାତନା ଯୋଗୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ଘରେ ଆତ୍ମହତ୍ୟା କରିଥିଲେ। ସେ ହେଉଛନ୍ତି ପିଟରରୁ ଗୋଲାପଲ୍ଲୀ। ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ତାଙ୍କ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ସଂକ୍ରାନ୍ତ ଚିଠି ଛାଡ଼ିଯାଇଛନ୍ତି। ଏହି ଦମ୍ପତ୍ତିଙ୍କ ଦୁଇ ବର୍ଷ ତଳେ ବିବାହ ହୋଇଥିଲା। ବିବାହର ତିନି ମାସ ପରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା। ପରେ ଏହି ଦମ୍ପତ୍ତି ଅଲଗା ରହିବା ଆରମ୍ଭ କରିଥିଲେ। ପିଙ୍କି ପିଟରଙ୍କୁ ଛାଡି ତାଙ୍କ ବାପଘରକୁ ଫେରି ଆସିଲେ। ପିଙ୍କି ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ପିଟର୍ ଏକ ଘରୋଇ କମ୍ପାନିରେ କର୍ମଚାରୀ ଥିଲେ। ପିଟର ତାଙ୍କୁ ଘରକୁ ଫେରାଇ ଆଣିବାକୁ ଅନେକ ଥର ଚେଷ୍ଟା କଲେ। କିନ୍ତୁ ପିଙ୍କି ଫେରିଲେ ନାହିଁ। ପିଙ୍କିଙ୍କ ସହ ଏହି ତିକ୍ତ ସମ୍ପର୍କ ଯୋଗୁ ପିଟର ମଧ୍ୟ ତାଙ୍କ ଚାକିରି ହରାଇଲେ।

୨୦ ଲକ୍ଷ ନଦେବାରୁ ଜେଲ୍ ପଠାଇବାକୁ ଧମକ

ପତ୍ନୀ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ଏବଂ ଭରଣପୋଷଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ପିଟର ଦେଇପାରିନଥିଲେ। ପିଟର ଓ ପିଙ୍କିଙ୍କ ମଧ୍ୟରେ ସମାଧାନର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ଏହି ମାମଲା ଏବେ ବି କୋର୍ଟରେ ଅଛି। ଚାକିରି ହରାଇଥିବା ପିଟରଙ୍କୁ ପିଙ୍କି ଏବଂ ତାଙ୍କ ଭାଇମାନେ ଟଙ୍କା ପାଇଁ ସବୁବେଳେ ନିର୍ଯାତନା ଦେଉଥିଲେ। ସେମାନେ ତାଙ୍କୁ ଜେଲ ପଠାଇବାକୁ ଧମକ ଦେଉଥିଲେ। ପିଟର ଏହି ସମସ୍ତ ଘଟଣାକୁ ନେଇ ଅତିଷ୍ଠ ହେବା ସହିତ ଜୀବନ ହାରିବାକୁ ମନ କରିଥିଲେ।

Advertisment

ପରିବାର ଥିଲା ଚର୍ଚ୍ଚରେ, ପୁଅ ଲେଖୁଥିଲା ଶେଷ ଇଚ୍ଛା

୨୦୨୫ ଜାନୁଆରି ୨୬। ମୃତ ପିଟରଙ୍କ ଭାଇ ଏଶାୟାଙ୍କ ସମେତ ସମସ୍ତେ ସେଦିନ ରବିବାର ହୋଇଥିବାରୁ ଚର୍ଚ୍ଚକୁ ଯାଇଥିଲେ। ଚର୍ଚ୍ଚରେ ପ୍ରାର୍ଥନା କରୁଥିଲେ। ଦିନ ପ୍ରାୟ ୧୨.୩୦ ସମୟରେ ଯେତେବେଳେ ପରିବାର ଲୋକେ ଘରକୁ ଫେରିଲେ, ସେମାନେ ପିଟରଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିଲେ। ନିକଟରେ ଏକ ଚିଠି ପଡ଼ିଥିଲା। ଏଥିରେ ପିଟର ତାଙ୍କ ମୃତ୍ୟୁ ପାଇଁ ପତ୍ନୀଙ୍କୁ ଦାୟୀ କରି ଲେଖିଛନ୍ତି, 'ବାପା, ମୁଁ ଦୁଃଖିତ। ମୋ ପତ୍ନୀ ମୋତେ ହତ୍ୟା କରୁଛନ୍ତି। ସେ ମୋର ମୃତ୍ୟୁ ଚାହୁଁଛନ୍ତି"। ଭାଇ ପିଟରଙ୍କ ମୃତ୍ୟୁ ଘଟଣା ପରେ ସାମନାକୁ ଆସିଛନ୍ତି ଇଶାୟା। ଭାଇଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ପିଟର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। କିନ୍ତୁ ତିନି ମାସ ତଳେ ଚାକିରି ହରାଇଥିଲେ। ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ପତ୍ନୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

କଫିନରେ ମୃତ୍ୟୁର କାରଣ

ପିଟରଙ୍କୁ ସବୁଦିନ ପାଇଁ କଫିନରେ ବନ୍ଦ କରିଦିଆଗଲା। ଏବେ ତାଙ୍କୁ କଫିନରେ ରଖି ଶ୍ମଶାନକୁ ନିଆଯାଇଥିଲା। ଏହି କଫିନରେ କନ୍ନଡ ଭାଷାରେ କିଛି ଲେଖାଯାଇଥିଲା। ମଝିରେ ଇଂରାଜୀର ଲେଖାଥିଲା 'ଶାନ୍ତିରେ ରୁହ' । କିନ୍ତୁ ଏହି କଫିନର ତଳେ ଯାହା ଲେଖାଯାଇଛି, ତାହା ହୁଏତ ପୂର୍ବରୁ ସାରା ବିଶ୍ବରେ ଅନ୍ୟ କୌଣସି କଫିନରେ ଲେଖା ହୋଇନଥିବ। ସେଥିରେ ଲେଖାଥିଲା, ‘ମୋର ମୃତ୍ୟୁ ମୋ ସ୍ତ୍ରୀର ନିର୍ଯାତନା ଯୋଗୁ ହୋଇଛି ଅର୍ଥାତ୍ ମୁଁ ମୋ ସ୍ତ୍ରୀର ନିର୍ଯାତନା ଯୋଗୁଁ ମରିଗଲି।’

Advertisment

ଏମିତି ଶେଷ ଇଚ୍ଛା କେବେ କେହି କରିନଥିବେ

ପିଟରଙ୍କର ଶେଷ ଇଚ୍ଛା ଥିଲା ଯେ ତାଙ୍କ ମୃତ୍ୟୁ ପରେ, ଯେତେବେଳେ ତାଙ୍କୁ ଏକ କଫିନରେ କବର ଦିଆଯିବ, ସେ ଲେଖିଥିବା ସୁଇସାଇଡ୍ ନୋଟର ଧାଡ଼ି କଫିନରେ ଲେଖାଯାଉ। କଫିନ ସହିତ ଏକ କ୍ରସ୍ ମଧ୍ୟ ରଖାଯାଇଥିଲା। ସେହି କ୍ରସ୍ ଉପରେ ମଧ୍ୟ ସମାନ କଥା ଲେଖାଯାଇଥିଲା। କ୍ରସ୍ ଉପରେ ଆରଆଇପି ଲେଖାଯାଇଥିଲା। ତଳେ ଜନ୍ମ ଏବଂ ମୃତ୍ୟୁ ତାରିଖ ସହିତ ପିଟରଙ୍କ ପୁରା ନାଁ ଲେଖାଯାଇଥିଲା। ତଳେ ସମାନ ଧାଡ଼ି ଥିଲା - ମୋର ମୃତ୍ୟୁ ମୋ ସ୍ତ୍ରୀଙ୍କ ନିର୍ଯାତନା ଯୋଗୁ ହୋଇଛି...।

Karnataka Murder Mystery Cracked Mysterious Divorce Petition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ