Looting from gold traders by showing guns
ଆଉ କରିବିନି ସୁନା ବ୍ୟବସାୟ। ବେପାର ନହେଲେ ନାଇଁ ଜୀବନ ବଞ୍ଚିଯାଉ । ମାସକ ଭିତରେ ଗୋଟିଏ ପରିବାର ଦୁଇ ଭାଇଙ୍କୁ ଲୁଟେରା ଟାର୍ଗେଟ କରି ଲୁଟ ପରେ, ପୋଲିସର କାର୍ଯ୍ୟକାରିତା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକ କହିଛନ୍ତି, ପୋଲିସ ତ ନିଦରେ ଶୋଇଛି, ଆଉ ସୁରକ୍ଷା ଦେବ କିଏ ? ଲୁଟ୍ ପୂର୍ବରୁ ପୁଅକୁ ଗୁଳି କଲେ, ସେତେ ବେଳେ ପୋଲିସ କେଉଁଠି ଥିଲା । ଦିନ ଗଡୁଛି ହେଲେ ଲୁଟେରାଙ୍କ ଟେର ପାଉନି ପୋଲିସ । ଯାହା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି ବୋଲି କହିଛନ୍ତି ଲୁଟ୍ର ଶିକାର ପରିବାର ।
ଦୁଇମାସର ବ୍ୟବଧାନରେ ତିନି ସୁନା ବ୍ୟବସାୟୀଙ୍କୁ ଗନ୍ ପଏଣ୍ଟରେ ଟାର୍ଗେଟ୍ । ମାର୍ଚ ୧୬, ଗହଣା ବ୍ୟବସାୟୀଙ୍କୁ ଦିନ ଦ୍ୱିପ୍ରହରରେ ଲୁଟ୍ ଗୁଳିମାଡ଼ କରି ୧୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ । ଗଲା ବେଳେ ଲୁଟେରା ବାଇକ ଛାଡି ଫେରାର ମାରିଲା । ପୁରା ଘଟଣାର ସିସିଟିଭି ଫୁଟେଜ ଥିବା ସତ୍ତ୍ୱେ ଟେର ପାଇଲାନି ପୋଲିସ।
ଏପ୍ରିଲ ୨୩, ଖଣ୍ଡଗିରି ଡେଲଟା ଛକରେ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ୬ ଲକ୍ଷ ଲୁଟ୍ ହୋଇଥିଲା। ଦିନକ ପରେ ଅର୍ଥାତ ଏପ୍ରିଲ ୨୪ ଜାଆଁଳାରେ ସୁନା ବ୍ୟବସାୟୀ ବାପା-ପୁଅଙ୍କୁ ୮ ରାଉଣ୍ଡ ଫାୟରିଂ କରାଯିଥିଲା, ତେବେ ସେଥିରୁ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପୁଅକୁ ବାଜିଛି ଗୁଳି । ଉପକଣ୍ଠରେ ଉତପାତ କରୁଥିବା ଲୁଟେରା ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଥିବା ବେଳେ, ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ।
ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି ରାଜଧାନୀ ଉପକଣ୍ଠରେ ମାତିଥିବା ଲୁଟେରା। ଏଠି ପ୍ରଶ୍ନ ଉଠୁଚି, ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିବା ଗ୍ୟାଙ୍ଗକୁ କେବେ ଧରିବ ପୋଲିସ ? ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651034751.jpg)