Advertisment

ହାଇଦର ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ଅଦ୍ୟତନ ହୋଇଛି
Gangster Hyder's son

Gangster Hyder's son

Advertisment

ଭୁବନେଶ୍ୱର: ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ୟବସାୟୀ ସାହା ନବାଜଙ୍କୁ ଦାଦାବଟି ମାଗି ବିଫଳ ହେବା ପରେ ସେକ୍‌ କାଦିର ତାଙ୍କ ଦୋକାନରେ ପଶି ଗୁଳିକରି ହତ୍ୟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ହେଲେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ ବାବଦରେ କୌଣସି ପ୍ରମାଣ ନମିଳିବାରୁ ସମସ୍ତେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଆଇନ୍‌ଜୀବୀ ମାନସ ରଂଜନ ବେହେରା।

Advertisment

ତେବେ ସେକ୍‌ କାଦିରକୁ ନେଇ ସବୁବେଳେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥାଏ । କାଦିର ନାଁରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ବି ରହିଛି। ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିର ସମ୍ପୃକ୍ତି ରହିଛି। ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ସେକ କାଦିର ଜାମିନ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କିନ୍ତୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦେଇନଥିଲେ କୋର୍ଟ।

Advertisment
Kendrapara Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ