କୁନି ଝିଅକୁ ଧରି ନଦୀକୁ ଡେଇଁଥିବା ବାପାର ମୃତଦେହ ଉଦ୍ଧାର !

ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଥିଲେ ଚନ୍ଦନ ।

Drowning Case

ଭଦ୍ରକ ଆଖୁଆପଦା ବ୍ରିଜରୁ ଡେଇଁ ନିଖୋଜ ଥିବା ଚନ୍ଦନ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ପ୍ରାୟ ୩୫ ଘଣ୍ଟା ପରେ ବୈତରଣୀ ନଦୀର କଣ୍ଟିଘାଇରୁ ତାଙ୍କର ମୃତଦେହ ମିଳିଛି । ମୃତଦେହକୁ ଚନ୍ଦନଙ୍କ ଭିଣୋଇ ରବୀନ୍ଦ୍ର ସାହୁ ଚିହ୍ନଟ କରିଛନ୍ତି । ସେପଟେ ଚନ୍ଦନଙ୍କ ସହ ନିଖୋଜ ଥିବା ତାଙ୍କ କୁନି ଝିଅର ଏପର୍ଯ୍ୟନ୍ତ ପତ୍ତା ମିଳିନି । ତାଙ୍କୁ ଠାବ କରିବା ପାଇଁ ଏବେ ବି ଖୋଜାଖୋଜି ଜାରି ରହିଛି । ଦୁଇ ଦିନ ତଳେ ଭଦ୍ରକ ଆଖୁଆପଦା ବ୍ରିଜ ଉପରେ ଗାଡି ରଖି ଚନ୍ଦନ ତାଙ୍କ ଅଢେଇବର୍ଷର ଝିଅକୁ ଧରି ବୈତରଣୀକୁ ଡେଇଁ ପଡିଥିଲେ। ପୂର୍ବରୁ ଚନ୍ଦନଙ୍କ ପତ୍ନୀ ସୁରତରେ ମାସେ ତଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।