Advertisment

ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।

ଅଦ୍ୟତନ ହୋଇଛି
Odisha High Court On Black Rose Ship Mishap

Black Rose Ship

Advertisment

ପୁଣି ଚର୍ଚ୍ଚାରେ ପାରାଦୀପ ଉପକୂଳରେ ବ୍ଲାକରୋଜ ଜାହାଜ ବୁଡିବା ଘଟଣା। ଏହି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ଆବେଦନକାରୀ ପ୍ରଦୀପ ପ୍ରଧାନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

Advertisment

ବ୍ଲାକରୋଜ୍ ଜାହାଜ ବୁଡିବା ଘଟଣାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ସରକାରଙ୍କ ନୋ ଅବଜେକ୍ସନ୍ ବା NOC ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହା ଦେଉନଥିବା ଅଭିଯୋଗରେ ପ୍ରଦୀପ ଏହି ମାମଲା ଦାୟର କରିଛନ୍ତି। ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ। ଏହାକୁ ନେଇ ନିଜ ଆୟର ଉତ୍ସ, ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୋଡ଼ିଥିଲେ ହାଇକୋର୍ଟ।

ଦିନେ ସାରା ଓଡ଼ଶା ତଥା ଦେଶରେ ବ୍ଲାକ୍‌ ରୋଜ ବୁଡ଼ି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ପୁଣି ସେହି କଥା ଉଠିଛି । ବ୍ଲାକ୍ ରୋଜ୍ ଜାହାଜ ବୁଡି ଘଟଣା ମାମଲାରେ ସିବିଆଇ ତଦନ୍ତ ବନ୍ଦକୁ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲା ସୂଚନା ଅଧିକାର ଅଭିଯାନ । ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ସମୁଦ୍ର ପତନରେ ବୁଡ଼ି ଯାଇଥିଲା ବ୍ଲାକରୋଜ ଜାହାଜ ।

Advertisment

୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା ଏମ୍. ଭି. ବ୍ଲାକ୍ ରୋଜ୍ ଜାହାଜ ପାରାଦୀପଠାରେ ସମୁନ୍ଦ୍ର ପତନରେ ବୁଡ଼ି ଯାଇଥିଲା । ଏଥିଯୋଗୁଁ ଅନେକ ଗୁଡ଼ିଏ ବଡ଼ ବଡ଼ ଦୁର୍ଘଟଣା ବି ଘଟିଥିଲା । ଏବେ ବି ମତ୍ସ୍ୟଜୀବୀମାନଙ୍କ ଭିତରେ ସେନେଇ ଭୟ ରହିଛି । ଆଜି ଘଟଣାକୁ ୧୫ ବର୍ଷ ବିତିଯାଇଛି । ହେଲେ ଏହି ଘଟଣାର ସିବିଆଇ ତଦନ୍ତ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ ଉଠିଛି । 

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ