ATM Loot
ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍ । ଏକଥା ଏବେ ଆଉ ନୂଆ ହୋଇ ନାହିଁ । ପ୍ରାୟ ସମୟରେ ଏଭଳି ଚୋରି ଡକାୟତି ଖବର ସାମ୍ନାକୁ ଆସୁଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ବ୍ୟାଙ୍କ୍ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଉଛି ତାହା କାହାରିକୁ ଜଣାପଡ଼ୁ ନାହିଁ । ତେବେ ଆମେ ଆଜି ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା କୌଣସି ଚୋରିର ନୁହେଁ, ବରଂ ଏଟିଏମ୍ ଚୋରମାନଙ୍କର ଏକ ଦୁର୍ଦଶାର କାହାଣୀ ।
ମହାରାଷ୍ଟ୍ରର ଘଟଣା । କିଛି ଚୋର ଏକ ଏଟିଏମ୍ରେ ପଶି ଗ୍ୟାସ୍ କଟରରେ ଏଟିଏମ୍ କାଟି ଟଙ୍କା ଚୋରି କରୁଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଯାହାକୁ ଚୋରି ପାଇଁ ଅସ୍ତ୍ର କରି ଆଣିଥିଲେ, ସେ ହିଁ ସବୁ ପରିଶ୍ରମ ବୃଥା କରିଦେଲା । ଝାଳ ବୁହାଇ ପରିଶ୍ରମ କରି ଗ୍ୟାସ୍ କଟରରେ ଏଟିଏମ୍ କାଟି ସେମାନେ ଯେଉଁ ଟଙ୍କା ଚୋରି କରିଥିଲେ ସବୁ ଟଙ୍କା ସେହି ଗ୍ୟାସ୍ କଟର ହିଁ ଖାଇଗଲା । ଅର୍ଥାତ୍ ଗ୍ୟାସ୍ କଟରର ନିଆଁ ସଂସ୍ପର୍ଷରେ ଆସି ସବୁ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଗଲା । ମାତ୍ର କିଛି ସେକେଣ୍ଡରେ ୨୧ ଲକ୍ଷ ଟଙ୍କା ପାଉଁଶରେ ପରିଣତ ହୋଇଗଲା । ଏକ ପ୍ରେସ୍ମିଟ୍ କରି ସ୍ଥାନୀୟ ପୋଲିସ ଏହି ସୂଚନା ଦେଇଛି ।
ଡୋମ୍ବିଭାଲି.. ବିଷ୍ଣୁ ନଗର ଅଞ୍ଚଳରେ ଥିବା ଜାତୀୟ ବ୍ୟାଙ୍କର ଏକ ଏଟିଏମ୍ରେ ୧୩ ତାରିଖରେ ଏଭଳି ଘଟଣା ଘଟିଛି । ରାତି ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ଏଭଳି ଘଟିଥିବା ପୋଲିସ କହିଛି । ତେବେ ଗ୍ୟାସ୍ କଟର ନିଆଁରେ କେବଳ ଯେ, ଟଙ୍କା ପୋଡ଼ିଛି ତାହା ନୁହେଁ, ବରଂ ଏଟିଏମ୍ ଭିତରେ ଥିବା ଯନ୍ତ୍ରାଂଶ ଗୁଡ଼ିକ ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ପୋଡ଼ିଯାଇଥିବା ଟଙ୍କାର ମୂଲ୍ୟ ୨୧ ଲକ୍ଷ ୧୧ ହଜାର ୮୦୦ ବୋଲି ଜଣାଡ଼ିଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ATM_Loot_1705323199.jpg)