Advertisment

ନୃଶଂସ, ବର୍ବର...ପେଟ୍ରୋଲ ଢାଳି ଭାଇକୁ ଜାଳିଦେଲା ଭାଇ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ ।

ଅଦ୍ୟତନ ହୋଇଛି
Crime

Crime

Advertisment

ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ । ଏପରି ଭୟଙ୍କର ଘଟଣା ଘଟି ଯାଇଛି ତେଲେଙ୍ଗାନାରେ । ସିକନ୍ଦରାବାଦରେ ଜଣେ ବ୍ୟକ୍ତି ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଛି ।

Advertisment

ସମ୍ପତ୍ତି ବିବାଦ କାରଣରୁ ଏପରି ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ଜାନୁଆରୀ୨୦ ସକାଳ ୫:୩୦ ବେଳେ ଏହି ଘଟଣା ଘଟିଥିଲା । କିଛି ସମୟ ଘରେ ଝଗଡ଼ା ଚାଲିବା ପରେ ହଠାତ୍ ଭାଇକୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ଭାଇ । ଅଭିଯୁକ୍ତ ଜଣକ ହେଲେ କୋଣ୍ଡିକୋଣ୍ଡା ବିନୋଦ । ବିନୋଦ ନିଜ ଭାଇ ଶ୍ରୀନିବାସଙ୍କ ଉପରେ ପେଟ୍ରୋଲ ଢ଼ାଳି ପରେ ଦିଆସିଲ ଦ୍ୱାରା ନିଆଁ ଲଗାଇ ଦେଇଥିଲେ ।

Advertisment

ସ୍ଥାନୀୟ ବାସିନ୍ଦାମାନେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ଶ୍ରୀନିବାସ ଗୁରୁତର ଭାବେ ଅସୁସ୍ଥ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶ୍ରୀନିବାସଙ୍କର ମୁଣ୍ତ ଓ ଶରୀର ପୋଡ଼ିଡ଼ ଯାଇଥିବା ଜଣାପଡ଼ିଛି । ତେବେ ଏନେଇ ବୋଇନପାଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Fire Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ