children fight
ବାହାଘରରେ ଗଣ୍ଡଗୋଳ ହେବା କିଛି ବଡ଼ କଥା ନୁହେଁ । ଆପଣ ଏମିତି ଖବର ପୂର୍ବରୁ ଅନେକ ଥର ଶୁଣିଥିବେ ଏବଂ ଜାଣିଥିବେ । କିଛି ଲୋକ ଗଣ୍ଡଗୋଳ ପରେ ଥାନାର ଦ୍ୱାରସ୍ଥ ହୋଇଥିବା କଥା ମଧ୍ୟ ଆପଣଙ୍କ ନଜରକୁ ଆସିଥିବ । ହେଲେ ବାହାଘରରେ ପିଲା ପିଲାଙ୍କ ମଧ୍ୟରେ ବଚସା ପରେ ହତ୍ୟାକାଣ୍ଡ କେବେ ଶୁଣିନଥିବେ ।
ବିବାହରେ ଡିଜେ ଡ୍ୟାନ୍ସ ଯୋଗୁଁ ଜଣେ ନାବାଳକର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ବିବାହ ଦିନ ଖୁସିରେ ନାଚୁଥିବା ବେଳେ ଜଣେ ନାବାଳକ ଅନ୍ୟଜଣେ ନାବାଳକକୁ ଏକ କାଚ ବୋତଲରେ ବାଡ଼ାଇ ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ ଗତ ଗୁରୁବାର ଦିନ ବରେଲିରେ ଏକ ବିବାହ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବର କନ୍ୟାଙ୍କ ନିକଟରେ ସମସ୍ତେ ବ୍ୟସ୍ତ ରହିଥିଲେ । ପିଲାମାନେ ଡିଜେରେ ନାଚୁଥିବା ବେଳେ ଜଣେ ୧୧ ବର୍ଷିୟ ବାଳକ ସହ ଜଣେ ୧୨ ବର୍ଷିୟ ବାଳକର ବଚସା ହୋଇଥିଲା ।
୧୨ ବର୍ଷିୟ ବାଳକ ଜଣକ ଖୁବ୍ ଜୋର୍ରେ ରାଗିଯାଇ ୧୧ ବର୍ଷର ବାଳକକୁ ଠେଲିଦେଇଥିଲା । ପରେ ରୋଷେଇ ନିକଟରୁ ଏକ ସସ୍ ବୋତଲ ଆଣି ତାର ମୁଣ୍ଡରେ ବାଡାଇଦେଇଥିଲା । ଫଳରେ ନାବାଳକ ଜଣକ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଚେତାଶୂନ୍ୟ ହରାଇଥିଲେ ।
ପରେ ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ମୃତ ନାବାଳକ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ନବାଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।
ଅଭିଯୁକ୍ତ ବାଳକ ନାମରେ ହତ୍ୟା ମାମଲା ରୁଜୁ କରାଯାଇଛି । ବାଳକ ଜଣକୁ ବାଳସୁଧାର ଗୃହକୁ ପଠାଇଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676196986.jpg)