Advertisment

Murder: ପ୍ରେମ କଲା ଝିଅ, ହାଣିଦେଲା ବାପା...ସାମିଲ ଥିଲା ସାବତ ମାଆ

ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା । ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍‌ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ । ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ

murder

murder

Advertisment

ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା । ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍‌ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ ।

Advertisment

ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ ଆସିଛି ଅନର କିଲିଂର ଏ ଛାତିଥରା ଘଟଣା... ହସରତ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ନିଜ ୧୯ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ମୃତ ଯୁବତୀଙ୍କ ନାଁ ତମନ୍ନା ।

ତମନ୍ନା ଗୋଟେ ପୁଅକୁ ଭଲ ପାଉଥିଲେ । ଏହାକୁ ବିରୋଧ କରୁଥିଲେ ବାପା । ସେ ପିଲା ସହ ମିଳାମିଶା ନକରିବାକୁ ଝିଅକୁ ବୁଝାଇଥିଲେ । କିନ୍ତୁ ସେଇ ପୁଅକୁ ବାହାହେବାକୁ ଜିଦ୍ ଧରିଥିଲା ଝିଅ । ଦୁଇ ଦୁଇଥର ତା ସହ ଘରୁ ବି ପଳାଇଥିଲା ।

Advertisment

ଝିଅ ବଞ୍ଚିରହିଲେ କାଳେ ବଦନାମୀ ହେବ । ତେଣୁ ତାକୁ ମାରିଦେବାକୁ ଶ୍ୱଶୁର ଓ ସ୍ତ୍ରୀ ସହ ମିଶି ହତ୍ୟା ଷଡଯନ୍ତ୍ର ରଚିଥିଲା ହସରତ । ଅଗଷ୍ଟ ୮ ତାରିଖ ଦିନ ଝିଅକୁ ଧରି ଶ୍ୱଶୁର ଘରକୁ ଯାଇଥିଲା । ସାଙ୍ଗରେ ସାବତ ମାଆ ବି ଥିଲା । ସେଠି ଖାଦ୍ୟରେ ନିଶା ଔଷଧ ମିଶାଇ ଝିଅକୁ ଖାଇବାକୁ ଦେଇଥିଲେ । ସେ ଅଚେତ ହୋଇଯିବା ପରେ ତା ତଣ୍ଟି ଚିପି ହତ୍ୟା କରିବା ସହ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲେ । ମୃତଦେହକୁ ବସ୍ତାରେ ବାନ୍ଧି କେନାଲ୍‌ରେ ଫିଙ୍ଗିଥିଲେ ।

ଗତ ୧୦ ତାରିଖରେ କେନାଲ୍‌ରୁ ମିଳିଥିଲା ଯୁବତୀଙ୍କୁ ମୁଣ୍ଡବିହୀନ ଶରୀର । କିଛି ଦୂରରେ କଟା ମୁଣ୍ଡ ବି ମିଳିଥିଲା । ମୃତଦେହ ଚିହ୍ନଟ ପାଇଁ ପୋଲିସ୍ ଯୁବତୀଙ୍କ ଡ୍ରେସ ଫଟୋ ସୋସିଆଲ ମିଡିଆରେ ଛାଡିଥିଲା । ସେଇ ଡ୍ରେସ୍ ତିଆରି କରିଥିବା ଗାଁର ଜଣେ ମହିଳା ଡ୍ରେସଟି ତମନ୍ନାଙ୍କ ହୋଇଥିବା ଚିହ୍ନି ପାରିଥିଲେ । ଯାହାପରେ ଜଣାପଡିଥିଲା ପୂରା ଘଟଣା । ମାମଲାର ତଦନ୍ତ ପରେ ହତ୍ୟାକାରୀ ବାପା ସହ ସାବତ ମାଆ ଓ ସାବତ ଅଜାକୁ ଗିରଫ କରିଛି ପୋଲିସ ।

Advertisment
Murder Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ