Advertisment

ଝିଅ ସେକ୍ସ ରାକେଟରେ ଧରାପଡ଼ିଛି ବୋଲି ଆସିଲା ଫେକ୍‌ କଲ୍‌; ହାର୍ଟ ଆଟାକ୍‌ରେ ଚାଲିଗଲା ମା’ର ଜୀବନ

ଫେକ୍‌ ଫୋନ୍‌ କଲ୍‌ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ ।

ଅଦ୍ୟତନ ହୋଇଛି
sex scandal scam call led to teacher’s death

Teacher Gets Scam Call

Advertisment

ସାଂଘାତିକ ଘଟଣା । ମିଛ କଥା ନେଇଗଲା ଜୀବନ । ଏମିତି ଘଟଣା ଆପଣ କେବେ ଶୁଣିନଥିବେ । ଫେକ୍‌ ଫୋନ୍‌ କଲ୍‌ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଜଣେ ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା । ୧୫ ମିନିଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଫଟୋ ଭାଇରାଲ କରିବେ ବୋଲି କହିଲେ । ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ହାର୍ଟ ଆଟାକ୍‌ରେ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି।

Advertisment

ମୃତ ଶିକ୍ଷୟିତ୍ରୀ ଜଣକ ୫୮ ବର୍ଷୀୟା ମାଳତୀ ବର୍ମା। ସେ ରାଜକୀୟ କନ୍ୟା ଜୁନିୟର ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟ୍ସଆପ୍‌ କଲ୍‌ ଆସିଥିଲା। ଡିପିରେ ପୋଲିସ୍‌ ଡ୍ରେସ୍‌ରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀ ଜଣକ ଫୋନ୍‌ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳା ଜଣକ ଯେମିତି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମଧ୍ୟ ମିଳିଥିଲା।

ଏପରି କଲ୍‌ ଆସିବା ପରେ ଭୟଭୀତ ହୋଇ ପଡ଼ିଥିବା ମାଳତୀ ନିଜ ପୁଅ ଦିବ୍ୟାଶୁଂଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ ଓ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର୍‌ କରିବାକୁ କହିଥିଲେ । ମାତ୍ର ଏଥିରେ ବିଶ୍ୱାସ ନ କରି ଦିବ୍ୟାଶୁଂ ମା’ଙ୍କୁ ସେହି ନମ୍ବର ମାଗିଥିଲେ ଓ ତାହା ପାକିସ୍ତାନ ନମ୍ବର ବୋଲି ଜାଣି ପାରିଥିଲେ । ଏହା ଏକ ଫେକ୍‌ କଲ୍‌ ଓ ଏହାକୁ ନେଇ ବ୍ୟସ୍ତ କିମ୍ବା ଚିନ୍ତିତ ନ ହେବାକୁ ସେ ମା’ଙ୍କୁ ବୁଝାଇଥିଲେ। ଏପରିକି ଭଉଣୀକୁ କଲ୍‌ କରି ମା’ ସହ କଥା କରାଇଥିଲେ। ଏହା ପରେ ବି ମାଳତୀ ବିଚଳିତ ହୋଇଥିଲେ  ।

Advertisment

ଏପରିକି ସାଇବର ଠକମାନେ ମାଳତୀ ଦେବୀଙ୍କୁ ୪ ଘଣ୍ଟାରେ ୮ ଥର କଲ୍‌ କରିଥିଲେ। ଏହା ମଧ୍ୟରେ ଗଭୀର ମାନସିକ ଆଘାତ ପାଇଥିବା ମାଳତୀ ଦେବୀ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ପରୀକ୍ଷାରୁ କହିଛନ୍ତି ଡାକ୍ତର । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯିବ ବୋଲି ଅଧିକାରୀ କହିଛନ୍ତି।

Sex Racket Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ