Advertisment

Tandoori Roti Argument: ତନ୍ଦୁରୀ ରୁଟି ପାଇଁ ବାଜିରେ ଲାଗିଲା ଜୀବନ

ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଦୁଇ ନାବାଳକ ତନ୍ଦୁରୀ ରୋଟିକୁ ନେଇ ପରସ୍ପର ମଧ୍ୟରେ ମାରପିଟ୍ ଲାଗିଛନ୍ତି । ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ଅଦ୍ୟତନ ହୋଇଛି
Tandoori Roti Argument

Tandoori Roti Argument

Advertisment

ତନ୍ଦୁରୀ ରୁଟିକୁ ନେଇ ମାରପିଟ୍ । କିଏ ପ୍ରଥମେ ତନ୍ଦୁରୀ ରୁଟି ପାଇବେ ତାହାକୁ ନେଇ ଦେଖାଦେଇଛି ଝଗଡା । ଏଭଳି ଏକ ଅଜବ ଘଟଣା ସାମନାକୁ ଆସିଛି ଉତରପ୍ରଦେଶରୁ । ଆମେଥିର ଏକ ଗାଁରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଦୁଇ ନାବାଳକଙ୍କ ମଧ୍ୟରେ ଏଭଳି ଘଟଣା ଘଟିଛି । ଗତ ୩ ତାରିଖରେ ଆମେଥିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରବି କୁମାର(୧୮) ଜଣେ ୧୭ ବର୍ଷୀୟ ନାବାଳକଙ୍କ ସହ ତନ୍ଦୁରୀ ରୁଟିକୁ ନେଇ ବାଜି ମାରିଥିଲେ ଯେ, କିଏ ପ୍ରଥମେ ଭୋଜିରେ ତନ୍ଦୁରୀ ରୁଟି ପାଇବ ।

Advertisment

ପ୍ରଥମେ ଉଭୟଙ୍କ ମଧ୍ୟରେ ଝଗଡାରୁ ଆରମ୍ଭ ହୋଇଥିବା ଏହି କଥା କଟାକଟି ମାରପିଟରେ ଯାଇ ପହଂଚିଥିଲା । ଉଭୟ ଲାଠି ଧରି ପରସ୍ପର ସହିତ ମାରପିଟ୍ ଲାଗିଥିଲେ । ଯାହାଫଳରେ ଉଭୟ ଗୁରୁତର ଭାବରେ ଆହତ ହୋଇଥିଲେ । ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ରବି କୁମାରଙ୍କ ଚିକିତ୍ସାଧିନ ଅବସ୍ଥାରେ ହିଁ ମୃତ୍ୟୁ ଘଟିଥିଲା । 

ଅଧିକ ପଢ଼ନ୍ତୁ: ମଧୁସୁଦନକୁ କେମିତି ମାରିଲା ତାରିଣୀ ? ଭୂତ ନାଁରେ ହତ୍ୟା ମାମଲା...

ବିବାହ ହେଉଥିବା କନ୍ୟାଙ୍କ ପିତା ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମେମାନେ ବିବାହ ଆୟୋଜନରେ ବ୍ୟସ୍ତ ଥିବା ବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲୁ । ଯେତେବେଳେ ଆମେ ଘଟଣାସ୍ଥଳରେ ପହଂଚିଲୁ, ସେଠାରେ ଉଭୟ ମାରପିଟ୍ ହେଉଥିବାର ଦେଖିବାକୁ ପାଇଥିଲୁ । କେବଳ ରୁଟି ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଗୈରିଗଂଜ ସର୍କଲ ଚିଫ୍ ଅଫିସର ଅଖିଳେଶ ବର୍ମା କହିଛନ୍ତି ଯେ, ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । 

Advertisment
Uttar Pradesh Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ