Advertisment

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ,ହତ୍ୟା ସନ୍ଦେହ

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ ଜଣେ ଆଇଟିଆଇ ଛାତ୍ରଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଛାତ୍ର ଜଣଙ୍କ ହେଲେ ଦିପୁନ ପ୍ରଧାନ।

ଅଦ୍ୟତନ ହୋଇଛି
Suspicious death of ITI student

Suspicious death of ITI student

Advertisment

ବଲାଙ୍ଗିର:ବଲାଙ୍ଗିର ଜିଲ୍ଲା ସଦର ଥାନା ଅଂଚଳର ଘଟଣା । ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । କୁଶମେଲ ଗାଁର ସନାତନ ପଧାନଙ୍କ ପୁଅ ଦିପୁନ ପଧାନ ଗତକାଲି ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ । ଫେରିବା ପରେ ପୋଖରୀ ପଟକୁ ଯାଉଛି କହି ଆଉ ଘରକୁ ଫେରିନଥିଲେ ।

Advertisment

ଆଜି ଗାଁ ପୋଖରୀରେ ଦିପୁନର ଶବ ଭାସୁଥିବା ଗାଁ ଲୋକେ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦିପୁନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଚିଂ ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିପୁନ ବଲାଙ୍ଗିର ସରକାରୀ ITIରେ ପାଠ ପଢୁଥିଲେ ପ୍ରେମ ବ୍ୟାପାରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Suspicious Death Of ITI Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ