Advertisment

ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓ‌ଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍‌ପି କହିଛନ୍ତି।

ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ

ACF Death

Advertisment

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ପୁଣି ସସ୍‌ପେନ୍ସ। ଏହି ଘଟଣାରେ ନା ଡିଏଫ୍ଓ ନା ରୋଷେୟା ନା ଓ‌ଆଇସି କାହାର ବି ଭୂମିକା ନାହିଁ ବୋଲି ଗଜପତି ଏସ୍‌ପି କହିଛନ୍ତି। ଯାହାଙ୍କ ଉପରେ ସନ୍ଦେହର ଆଖି ବୁଲାଇଥିଲେ ପରିବାର ଲୋକେ, ସେହି ଡିଏଫ୍ଓଙ୍କୁ କ୍ଲିନଚିଟ୍ ମିଳିଛି। କଲ୍ ଡିଟେଲ୍‌ ‌ଆନାଲିସିସ୍ ଏବଂ କିଛି ଲୋକଙ୍କ ବୟାନ ଆଧାରରେ ଡିଏଫ୍ଓଙ୍କ ସମେତ ୩ ଜଣଙ୍କ ସମ୍ପୃକ୍ତିକୁ ନେଇ ସିଧାସଳଖ ଏସ୍‌ପି ଖଣ୍ଡନ କରିଛନ୍ତି।

Advertisment

ସୌମ୍ୟରଞ୍ଜନ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଥିଲା ବୋଲି ଗଜପତି ଏସ୍‌ପି କହିଛନ୍ତି। ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଷଡ଼ଯନ୍ତ୍ର ରଚାଯାଇଛି ? ମୃତ୍ୟୁ କେମିତି ଓ କାହିଁକି ହେଲା ? ଏହାର ଉଚିତ ତଦନ୍ତ କରିବା ସହ ନ୍ୟାୟ ମିଳୁ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ମାମଲାରେ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି। ବିଦ୍ୟାଭାରତୀ ପ୍ରଶିକ୍ଷଣ ନେଉଥିବା ବଲାଙ୍ଗିରର ଏଲ୍‌ଆଇ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌କୁ ଯାଇ ବିଦ୍ୟାଭାରତୀ ଦେଇଥିବା ପାର୍ଟି ସମ୍ପର୍କରେ ଖୋଳତାଡ଼ କରିବାକୁ ପାରଳାଖେମୁଣ୍ଡି ପୋଲିସ ଟିମ୍ ବଲାଙ୍ଗିରରେ ପହଞ୍ଚିଛି। ଆବଶ୍ୟକ ସ୍ଥଳେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। 

ସୌମ୍ୟଙ୍କ ବଡ଼ ଭାଇ କହିଛନ୍ତି, ‘‘ତଦନ୍ତ ପ୍ରକ୍ରିୟା ଯେଉଁଭଳି ଭାବରେ କରାଯାଉଛି, ଏହା ଉପରେ ଆମେ ସନ୍ଦେହ ପ୍ରକଟ କରୁଛୁ। ଗୋଟିଏ ଯାଗାରେ ସ୍ୱାମୀ-ସ୍ତ୍ରୀ ୨ଜଣ ଥିଲେ। ସ୍ୱାମୀ ପୋଡ଼ିଗଲା, ହେଲେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ? ପ୍ରଥମରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଘରର ଚାବି ପକାଇ ଚାବି ସେମାନେ ରଖିଲେ। ପୁଣି ୪ ଦିନ ପରେ ଘରର ଚାବି ଖୋଲିଲେ ଓ କହିଲେ ଏଠି କିଛି ହୋଇନାହିଁ। ପୁଣି ୨ ଦିନ ପରେ ଚାବି ପକାଇ, ଚାବି ଖୋଲିଲେ ଓ କହିଲେ ଏଇଠି ହୋଇଛି। ଏହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ପାରଳାଖେମୁଣ୍ଡିରେ ଜଣେ ଡାକ୍ତର ଚିକିତ୍ସା କରିଥିବା ବେଳେ ଆଉ ଜଣେ ଡାକ୍ତର ରେଫର୍‌ କରିଛନ୍ତି। ଜଣେ ଲେଖିଛନ୍ତି MKCG ମେଡିକାଲ୍‌ ବ୍ରହ୍ମପୁର ଓ ଆଉ ଜଣେ କଟକ SCB ମେଡିକାଲ୍‌ ଲେଖିଛନ୍ତି। ଗୋଟିଏ ଡାକ୍ତରଙ୍କ ନାଁ ଲେଖା ହୋଇଛି, ପୁଣି ତାଙ୍କ ନାଁ କଟା ଯାଇ ଆଉ ଜଣେ ଡାକ୍ତରଙ୍କ ନାଁ ଲେଖା ଯାଇଛି। ସେହିପରି ଡାଏରୀ, ହାତଲେଖା ଚିଠି ଗୋଟିଏ ପରେ ଗୋଟିଏ ଯେଉଁଭଳି ସାମ୍ନାକୁ ଆସୁଛି, ଏଥିରୁ ଜଣାପଡ଼ୁଛି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଆହୁରି ତଦନ୍ତ କଲେ ନିଶ୍ଚିତ ଭାବେ ସତ୍ୟ ସାମ୍ନାକୁ ଆସିବ।”

Advertisment
ACF Death Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ