Advertisment

‘ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ମୋ ପୁଅର ନିବିଡ଼ ସମ୍ପର୍କ ଥିଲା, ସେ ହିଁ ସବୁ ଜାଣିଛି..’

ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

ଅଦ୍ୟତନ ହୋଇଛି
Suspense over young doctor death in Baripada

Suspense over young doctor death in Baripada

Advertisment

‘ସେ ଆମର ଗେହ୍ଲା ଭାଇ ଥିଲା। ବହୁତ କଷ୍ଟରେ ବାପା ତାକୁ ପାଠ ପଢ଼େଇଥିଲେ। ହେଲେ ସେ ଆମ କଥା ଟିକିଏ ବି ଚିନ୍ତା କଲା ନାହିଁ’...କାନ୍ଦି କାନ୍ଦି ଏଭଳି କିଛି କହିଛନ୍ତି ମୃତ ଡାକ୍ତରୀ ଛାତ୍ରଙ୍କ ଭଉଣୀ। ସେପଟେ ପୁଅ ଚାଲି ଯିବା ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବାପା। ‘ମୋ ପୁଅ ବହୁତ ସରଳ ଓ ନିରୀହ ପିଲା। କାହାକୁ କିଛିବି କୁହେ ନାହିଁ। ବହୁତ କଷ୍ଟରେ ମୁଁ ତାକୁ ପାଠ ପଢ଼େଇ ଥିଲି। ‌କେଉଁ ପରିସ୍ଥିତିରେ ତା’ର ମୃତ୍ୟୁ ହେଲା ଆମେ କିଛି ବି ଜାଣିନୁ’ । ବାରିପଦାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହା ହତ୍ୟା ନା ଆତ୍ମହତ୍ୟା ? ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ।

Advertisment

ବାରିପଦା ପିଆରଏମ୍‌ ମେଡିକାଲ କଲେଜ ହଷ୍ଟେଲ ରୁମ୍‌ରୁ ଡାକ୍ତରୀ ଛାତ୍ର ସଚିନ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଘର କେନ୍ଦୁଝରରେ ବୋଲି ଜଣାପଡ଼ିଛି। ଡାକ୍ତରୀ ପଢ଼ା ଶେଷ କରିବା ପରେ ସଚିନ ହାଉସ ସର୍ଜନ ଭାବେ ପିଆରଏମ୍‌ ମେଡ଼ିକାଲ କଲେଜରେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ କାମ ସାରି ହଷ୍ଟେଲରେ ବିଶ୍ରାମ ନେଇଥିଲେ। ହେଲେ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ଡାକ୍ତରୀ ଛାତ୍ର ସଚିନଙ୍କ ପରିବାର ଲୋକେ ଘଟଣାକୁ ନେଇ ଆଜି ଥାନାରେ ଏନେଇ ଏତଲା କରିଛନ୍ତିା ସଚିନଙ୍କ ସହ ଜଣେ ଡାକ୍ତରୀ ଛାତ୍ରୀଙ୍କ ନିବିଡ଼ ସମ୍ପର୍କ ଥିଲାା ମୃତ୍ୟୁ ନେଇ ସେ ହିଁ ଜାଣିଥିବେ ବୋଲି ତାଙ୍କ ବାପା କହିଛନ୍ତି। ଖାଲି ଏତିକି ନୁହେଁ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କଲେ ସବୁ ସତ ସାମ୍ନାକୁ ଆସିବ। ସଚିନଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ଆତ୍ମହତ୍ୟା କରିନାହିଁ। ବଳପୂର୍ବକ ଭାବେ ତାକୁ କେହି ହତ୍ୟା କରିଛି। ଦୋଷୀ ଯିଏବି ହେଇଥାଉ ନା କାହିଁକି ତାକୁ ଦଣ୍ଡ ମିଳୁ।’ ସେପଟେ ମୃତକାଙ୍କ ବାପା କହିଛନ୍ତି, ‘ତା’ର ଜଣେ ଝିଅ ସାଙ୍ଗ ସବୁକଥା ଜାଣିଛି। ସେମାନେ ଗୋଟିଏ କ୍ଲାସ୍‌ମେଟ୍‌। ଉଭୟ ସାଙ୍ଗ ହୋଇ ଯିବା ଆସିବା କରନ୍ତି। 

ଅନ୍ୟପକ୍ଷେ, ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣାରେ ସଦର ଥାନାରେ ଅଭିଯୋଗ ପରେ ସଚିନଙ୍କ ବାନ୍ଧବୀଙ୍କୁ ପୋଲିସ୍‌ ପଚରାଉଚରା କରିଥିଲା। ବାନ୍ଧବୀ ଓ ତାଙ୍କ ବାପାଙ୍କୁ ଥାନାକୁ ଡାକି ପୋଲିସ୍‌ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା। ଏହାସହ ସମ୍ପୃକ୍ତ ଯୁବତୀଙ୍କ ମୋବାଇଲ ଓ ଲାପ୍‌ଟପ୍‌ ପୋଲିସ ଜବତ କରିଛି। ସେପଟେ ସଚିନଙ୍କ ଗାଁ କେନ୍ଦୁଝରର ତୁରୁମୁଙ୍ଗା ଥାନା ମୁରୁସୁଆଁ ଗାଁରେ ଶୋକାକୂଳ ପରିବେଶା ସଚିନଙ୍କ ମୃତ୍ୟୁକୁ କେହି ବି ବିଶ୍ୱାସ କରି ପାରୁନାହାନ୍ତିା  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ