Advertisment

କ୍ରାଇମବ୍ରାଞ୍ଚର ୧୦ ବର୍ଷର ଟ୍ରାକ୍ ରେକର୍ଡ ଖରାପ, ନବ ହତ୍ୟା ତଦନ୍ତରେ ବଢ଼ୁଛି ସନ୍ଦେହ

କ୍ରାଇମବ୍ରାଞ୍ଚ ସତ ଲୁଚାଇ ବାଟବଣା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ । ନବ ହତ୍ୟା ତଦନ୍ତର ଗତିକୁ ନେଇ ସନ୍ଦେହରେ କ୍ରାଇମବ୍ରାଞ୍ଚ ।

undefined

Crime Branch

Advertisment

ନବ ଦାସ ହତ୍ୟା ଘଟଣାରେ ତଦନ୍ତକୁ ନେଇ ବଢୁଛି ସନ୍ଦେହ ମୋଟିଭ୍ ଉପରୁ ପରଦା ହଟୁନଥିବାରୁ ଟାର୍ଗେଟରେ କ୍ରାଇମବ୍ରାଂଚ । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଉପରେ ହିଁ କ୍ରାଇମବ୍ରାଂଚର ତଦନ୍ତ ସୀମିତ ରହୁଥିବା ଅଭିଯୋଗ କରି ବିରୋଧୀ ବିଜେପି, କଂଗ୍ରେସ୍ ହତ୍ୟା ଷଡଯନ୍ତ୍ର ଦିଗରେ ମଧ୍ୟ ତଦନ୍ତ କରିବାକୁ ଦାବି କରିଥିଲେ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତି ରଖିବା ବେଳେ ଷଡ଼ଯନ୍ତ୍ର ଦିଗରେ ତଦନ୍ତ ନେଇ କିଛି ସ୍ପଷ୍ଟ କରିନଥିଲେ। ହେଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଲିଖିତ ପ୍ରଶ୍ନରେ ତୁଷାରକାନ୍ତି କହିଛନ୍ତି, କ୍ରାଇମବ୍ରାଂଚ ଏହି ଘଟଣାର ସବୁ ସମ୍ଭାବ୍ୟ ଦିଗରେ ତଦନ୍ତ କରୁଛି ।

Advertisment

ସବୁ ପ୍ରକାର ଶତ୍ରୁତା ଓ ଷଡ଼ଯନ୍ତ୍ର ନେଇ ବି ତଦନ୍ତ ହେଉଛି । ତେବେ ଷଡ଼ଯନ୍ତ୍ର ଓ ଶତ୍ରୁତା ଆଂଗେଲ୍‌ରେ କାହାକୁ ପଚରାଉଚୁରା କରିଛି କ୍ରାଇମବ୍ରାଂଚ ? ବ୍ୟକ୍ତିଗତ, ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତା ଦିଗରେ କାହାକୁ ପଚରା ଉଚୁରା କରାଗଲାଣି କି ? ବିରୋଧୀ ଯେଉଁ ସବୁ ପାୱାରଫୁଲ୍ ବିଧାୟକ ଓ ଅଫିସରଙ୍କ ନାଁ ଉଠାଇଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି କି ? ଏସବୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ସେପଟେ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ଅନେକ କଥା ଲୁଚାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସରକାରଙ୍କ ମୁଖା ଖୋଲିଯିବା ଭୟରେ ତଦନ୍ତର ପର୍ଦ୍ଦାଫାସ ହେଉନି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ନରସିଂହ ମିଶ୍ର ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବିଧାନସଭାରେ ସରକାର ଯାହା ଉତ୍ତର ରଖିଛନ୍ତି ସେସବୁ ମିଛ । ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ହୋଇଛି ଓ ଏଥିରେ ବଡ଼ବଡ଼ିଆଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି ।

Advertisment

ସେପଟେ ଗତ ୧୦ ବର୍ଷ ଭିତରେ କ୍ରାଇମବ୍ରାଂଚ ଟ୍ରାକ୍ ରେକର୍ଡ ଭଲ ନଥିବା ବିଧାନସଭାର ତଥ୍ୟରୁ ଜଣାପଡିଛି। ବିଧାୟକ ମୋହନ ମାଝୀ ଓ ନରସିଂହ ମିଶ୍ରଙ୍କ ଦୁଇଟି ପ୍ରଶ୍ନରୁ ଏ ସଂପର୍କିତ ଉତ୍ତର ଆସିଛି । ଉଭୟ ପ୍ରଶ୍ନର ଉତ୍ତର ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଛନ୍ତି, ହେଲେ କୌଣସି ଥିରେ ତାଳମେଳ ନାହିଁ । ଗତ ୧୦ ବର୍ଷରେ ୧୮୯ ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚ ନେଇଛି । ୬୨ଟି ମାମଲାରେ ଟାର୍ଜସିଟ୍ ହୋଇଥିବାବେଳେ ୩୮ଟିରେ ଫାଇନାଲ୍ ରିପୋର୍ଟ ଦାଖଲ କରିଛି। ୮୬ଟି କେସ୍‌ର ତଦନ୍ତ ଚାଲିଛି ।

ସେପଟେ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ କୁହାଯାଇଛି ଏବେ ସୁଦ୍ଧା ୨୨୫ଟି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ୮୮ କେସ୍‌ରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ୪୫ଟି କେସ୍‌ରେ ଚୂଡ଼ାନ୍ତ ରିପୋର୍ଟ ଦେଇଛି ।

Advertisment

BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ