Advertisment

ବ୍ୟାଗ୍ ଓ ମୋବାଇଲ୍‌କୁ ନେଇ ଚର୍ଚ୍ଚା: କେମିତି ରାଧେ ଘରେ ପହଞ୍ଚିଲା ବ୍ୟାଗ୍ ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି।

ଅଦ୍ୟତନ ହୋଇଛି
Mamita Meher Murder Case

Mamita Meher Murder Case

Advertisment

ବଲାଙ୍ଗିର: ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। 

Advertisment

କ୍ରାଇମ୍ ସିନ୍ ରିକ୍ରିଏଟ୍ ବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହିଛି, ହତ୍ୟା ପରେ ଏକ ଗାତରେ ମମିତାଙ୍କୁ ଜାଳି ଦେଇଛି। ହେଲେ ଗୋବିନ୍ଦର ସହଯୋଗୀ ରାଧେର ପତ୍ନୀ କହିଛନ୍ତି, ତାଙ୍କ ଘରୁ ମିଳିଛି ବ୍ୟାଗ୍ ସହ ମୋବାଇଲ୍, ଚାର୍ଜର, କିଛି ମେଡ଼ିସିନ୍ ଏବଂ ୩ ହଳ ଲେଡିଜ୍ ଡ୍ରେସ୍। କୁହାଯାଉଛି, ସେହି ସ୍ମାର୍ଟ ଫୋନ୍ ଏବଂ ବ୍ୟାଗ୍ ହେଉଛି ମୃତ ମମିତାଙ୍କର। ତେବେ ବ୍ୟାଗ୍‌କୁ ଗଣମାଧ୍ୟମ ଆଗରେ ଦେଖାଇବା ପାଇଁ ଆଣିବା ପୂର୍ବରୁ ସେଥିରେ ମୋବାଇଲ୍ ଥିବା ଜାଣିବା ପରେ ତତ୍‌କ୍ଷଣାତ ସେହି ବ୍ୟାଗ‌କୁ ପୋଲିସ ଝାମ୍ପି ନେଇଥିବା ରାଧେଙ୍କ ପତ୍ନୀ କହିଛନ୍ତି।

କେଉଁ ପରିସ୍ଥିତିରେ ଗୋବିନ୍ଦର ସହଯୋଗୀ ରାଧେଙ୍କ ଘରେ ପହଞ୍ଚିଥିଲା ବ୍ୟାଗ୍ ? କାହିଁକି ମମିତାଙ୍କ ପରିବାରକୁ ଦିଆଯାଇନି ଜବତ ସାମଗ୍ରୀର ତାଲିକା ?  ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। କାଲି କ୍ରାଇମ୍ ସିନ୍ ରିକ୍ରିଏଟ୍ ବେଳେ ଯେଉଁଠି ମମିତାଙ୍କୁ ହତ୍ୟା କରାଯାଇଥିଲା, ହତ୍ୟା ପରେ ପୋଡ଼ି ପୋତି ଦିଆଯାଇଥିବା ସ୍ଥାନ ମହାଲିଙ୍ଗ ଷ୍ଟାଡିୟମ ଭିତରକୁ ଗୋବିନ୍ଦକୁ ନେଇଥିଲା ପୋଲିସ। ଏହି ସବୁ ସ୍ଥାନରେ ମମିତାଙ୍କୁ କେମିତି କାର୍ ଭିତରେ ତଣ୍ଟି ଚିପି ମାରିଥିଲା ଗୋବିନ୍ଦ, ତା ପରେ କେମିତି ଘରକୁ ଆଣିଥିଲା, କେମିତି ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳାଇଥିଲା, ସେଥିରେ କେମିତି ମୃତଦେହକୁ ପକାଇ ପୋଡ଼ି ଥିଲେ ଓ ଶେଷରେ ପୋତି ଦେଇଥିଲା, ସେସବୁର ଡେମୋ ଦେଖାଇଥିଲା ଗୋବିନ୍ଦ।

Advertisment

ଅନ୍ୟପକ୍ଷେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରୁଛି। ସେପଟେ ମହିଳା କମିଶନ ଅଧ୍ୟକ୍ଷା ମମିତାଙ୍କ ଗାଁ ଝରନିକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଆଲୋଚନ କରିଛନ୍ତି। 

Mamita Meher Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ