motu iic
ମାଲକାନଗିରି : ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି । ଗତକାଲି ସୁଶାନ୍ତଙ୍କ ଠାରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ନଖରାକୁ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୋଟୁ ଆଇଆଇସି ।
ଖୋର୍ଦ୍ଧା ନିକଟରେ ସୁଶାନ୍ତଙ୍କୁ ଧରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ମୋଟୁ ଥାନା IIC । ପରେ ମୋଟୁ ଥାନା IICଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ତେବେ ସୁଶାନ୍ତଙ୍କ ଘର ତନଖି ବେଳେ ନିକଟରେ ପତ୍ନୀଙ୍କ ନାଁରେ କିଣିଥିବା ପ୍ଲଟ ସେଲଡିଡ୍ ମିଳିଥିଲା । ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ମୂଲ୍ୟରେ କିଣିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/motu_iic_1632383154.jpg)