Supari Killer Nabbed By Police
ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍ କଣ୍ଟ୍ରାକ୍ଟ କିଲର୍। ଆଜି ସକାଳେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ବେଳେ କଣ୍ଟ୍ରାକ୍ଟ କିଲର୍ ସମ୍ପଦ କୁମାର ସାହୁକୁ ନୟାପଲ୍ଲୀ ପୋଲିସ୍ ଧରିଛି। ସମ୍ପଦର ଘର ଜଗତସିଂହପୁର ଜିଲ୍ଲାରେ। ତା’ ନାଁରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଏକାଧିକ ମାମଲା ରହିଛି।
୨୦୧୬ ମସିହାରେ ବାରଙ୍ଗ ମଦ ଦୋକାନୀକୁ ହତ୍ୟା ଘଟଣାରେ ସମ୍ପଦ ସାମିଲ ଥିଲା। ଗତ ୨୬ ତାରିଖ ସନ୍ଧ୍ୟାରେ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ୨ ଜଣ ଯୁବକ ବନ୍ଧୁକ ଧରି ବୁଲୁଥିବାର ଖବର ନୟାପଲ୍ଲୀ ପୋଲିସକୁ ମିଳିଥିଲା। ଏହାପରଠୁ ପୋଲିସ ସେମାନଙ୍କ ଉପରେ ନଜର ରଖିଥିଲା।
ପଲ୍ସର୍ରେ ସମ୍ପଦ ଓ ଅନ୍ୟ ଜଣେ ଯୁବକ ବୁଲୁଥିବା ଦେଖି ପୋଲିସ୍ ସେମାନଙ୍କୁ ଅଟକାଇ ଥିଲେ। ପୋଲିସ୍କୁ ଦେଖି ସଙ୍ଗେସଙ୍ଗେ ସମ୍ପୃକ୍ତ ଯୁବକ ଦୌଡ଼ି ପଳାଇଥିବା ବେଳେ ସମ୍ପଦ ପୋଲିସକୁ ବନ୍ଧୁକ ଦେଖାଇଥିଲା। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ସମ୍ପଦକୁ ବାକୁ କରିଥିଲା। ଗିରଫ ସମ୍ପଦ ନିକଟରୁ ୮ ରାଉଣ୍ଡ ଗୁଳି ଓ ୨ଟି ବନ୍ଧୁକ ଜବତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ss_1638090538.jpg)