Advertisment

ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା, ବନ୍ଧାହେଲା ବଦମାସ ବୟଫ୍ରେଣ୍ଡ

ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା।

undefined

Subhashree Mohapatra Death Case

Advertisment

ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା। ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଆଉ ଶୁଭଶ୍ରୀଙ୍କ ଜୀବନ ହାରିବା ପଛରେ ରହିଛି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଂଜନ ଜେନାଙ୍କ ଭୂମିକା। ବୟଫ୍ରେଣ୍ଡଙ୍କ ପାଇଁ ଶୁଭଶ୍ରୀ ବାଧ୍ୟ ହେଲେ ଆତ୍ମହତ୍ୟା କରିବାକୁ। ଭୁବନେଶ୍ୱର ଶାସ୍ତ୍ରୀନଗରର ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ। ଅଗଷ୍ଟ ୩୦ତାରିଖ ରାତିରେ କଣ ଘଟିଥିଲା? ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ଏବଂ ଏଥିରେ ବୟଫ୍ରେଣ୍ଡଙ୍କ ଭୂମିକା କଣ, ସେନେଇ ସ୍ପଷ୍ଟ କରିଛନ୍ତି ଡିସିପି।

Advertisment

ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କଲା ପୋଲିସ। ଘଟଣା ସଂପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି- ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ାରୁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସଂପର୍କ ହୋଇଥିଲା। ସଂପର୍କ ବଢ଼ିବା ସହ ଉଭୟ ଲଜ୍‌ରେ ରହୁଥିଲେ, ବାହାରେ ବୁଲୁଥିଲେ। ସଂପର୍କକୁ ନେଇ ସନ୍ଦେହ କରୁଥିବା ଶୁଭଶ୍ରୀଙ୍କ ସ୍ୱାମୀ। ୨୮ରେ ଗାଁକୁ ଯାଇଥିଲେ। ଶୁଭଶ୍ରୀ ଜଣେ ସଂପର୍କୀୟକୁ ଭେଟିବାକୁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସଂପର୍କୀୟଙ୍କୁ ଭେଟିବାକୁ ଯିବାକୁ ନେଇ ଚିତ୍ତ ଶୁଭଶ୍ରୀଙ୍କୁ ଗାଳି ଦେଇଥିଲା।

ଏପରିକି ଶୁଭଶ୍ରୀଙ୍କ ଘରକୁ ଯାଇ ଚିତ୍ତ ଝଗଡ଼ା ସହ ମାରଧର କରିଥିବା ମାନିଛି। ଏହାକୁ ନେଇ ମାନସିକ ଅଶାନ୍ତିରେ ଥିବା ଶୁଭଶ୍ରୀ ଆତ୍ମହତ୍ୟା କରିଛନ୍ତି। ଘଟଣା ଦିନ ଚିତ୍ତକୁ ଫୋନ୍‌ରେ କହି ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ। ଚିତ୍ତ ଦୋଷ ସ୍ୱୀକାର କରିଛି, ତାକୁ ଗିରଫ କରାଯାଇଛି ବୋଲି ଡିସିପି କହିଛନ୍ତି।

Advertisment

୩୦ ଅଗଷ୍ଟ ୨୦୨୨ ଶୁଭଶ୍ରୀ ଏବଂ ବୟଫ୍ରେଣ୍ଡ ଚିତ୍ତରଂଜନଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ଝଗଡା ଏତେ ବଢିଯାଇଥିଲା ଯେ, ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତି ନେଇଥିଲେ ଶୁଭଶ୍ରୀ। ବେକରେ ଓଢଣୀ ଲଗାଇ ଫ୍ୟାନରେ ଝୁଲି ପଡିଥିଲେ। କିଛି ସମୟ ପରେ ଶୁଭଶ୍ରୀଙ୍କ ଘରକୁ ଆସିଥିଲେ ଚିତ୍ତରଂଜନ ଶୁଭଶ୍ରୀଙ୍କୁ ଫ୍ୟାନରେ ଝୁଲିବା ଦେଖି ଆଶଙ୍କା କରିଥିଲେ। ସେ ଏଥିରେ ଫସିବା ନିଶ୍ଚିତ। ତେଣୁ ସନ୍ଦେହ ଏଡାଇବାକୁ ମୃତଦେହକୁ ଫ୍ୟାନରୁ ଓହ୍ଲାଇ ବେଡ୍ ଉପରେ ଶୁଆଇ ଦେଇଥିଲେ। ପରେ ଶୁଭଶ୍ରୀଙ୍କ ଓଢଣୀକୁ ବରୁଣେଇ ବାଇପାସ୍ ନିକଟ ଏକ ଡ୍ରେନ୍ ମଧ୍ୟରେ ଫୋପାଡି ଦେଇଥିଲେ। ଆଜି ଅଭିଯୁକ୍ତ ଚିତ୍ତରଂଜନ ଜେନାଙ୍କୁ ସାଥିରେ ନେଇ ଶୁଭଶ୍ରୀଙ୍କ ଓଢଣୀ ଜବତ କରିଛି ପୋଲିସ। ପଟିଆ ଅଂଚଳରେ ଏକ ହୋଟେଲରେ ବି ପୋଲିସ ଛାନଭିନ କରିଛି।

ଶୁଭଶ୍ରୀ ଓ ଚିତ୍ତରଂଜନ ସ୍କୁଲ ବେଳର ସାଙ୍ଗ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା। ଏପରିକି ବାହାଘର ପରେ ବି ଉଭୟ ମିଳାମିଶା କରୁଥିଲେ। ଦୁହିଁଙ୍କ ସମ୍ପର୍କ ବିଷୟରେ ଶୁଭଶ୍ରୀଙ୍କ ସ୍ବାମୀ ବି ଜାଣିଥିଲେ। ଏହାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିବା ପୋଲିସ କହିଛି। ଅଭିଯୁକ୍ତ ଚିତ୍ତରଂଜନ ବିରୋଧରେ ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ଦଫା ୨୦୧ ଅର୍ଥାତ୍ ପ୍ରମାଣ ନଷ୍ଟ କରିବା ମାମଲା ରୁଜୁ କରିଛି।  

Advertisment

ରିପୋର୍ଟ: ଆଲୋକ ମହାନ୍ତି

Subhashree Mohapatra Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ