College Student Gang-Rape: ଅନେକଙ୍କ ସଂପୃକ୍ତି!! ୫ ଜଣଙ୍କ ପରେ ପୁଣି ବନ୍ଧା ହେବ ଆଉ ଜଣେ

କଟକ ଗଣଦୁଷ୍କର୍ମ ମାମଲାରେ ରହିଛି ଆଉ ଜଣଙ୍କ ସଂପୃକ୍ତି । ମାମଲାରେ ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଥିବା କହିଛନ୍ତି କଟକ ଡିସିପି ।

College Student Gang-Rape

କଟକ ଗଣଦୁଷ୍କର୍ମ ମାମଲାରେ ରହିଛି ଆଉ ଜଣଙ୍କ ସଂପୃକ୍ତି । ମାମଲାରେ ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଥିବା କହିଛନ୍ତି କଟକ ଡିସିପି । ତେବେ ପୀଡ଼ିତା ପରିବାରକୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟେପଟେ କାଫେରେ ବେଆଇନ ଭାବେ ହୁକା ବ୍ୟବହାରର ଅଭିଯୋଗ ଆସିଛି । ପୁରୀଘାଟ ଥାନା ଅଧିକାରୀ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଡିସିପି କହିଛନ୍ତି ।

ପୀଡ଼ିତାଙ୍କ ଆପତ୍ତିଜନକ ଭିଡ଼ିଓ ସୁଟ ପ୍ରଥମେ ପୁରୀଘାଟ ଥାନା ଅଞ୍ଚଳରେ ହୋଇଥିବା ବେଳେ ଏହି ଭିଡିଓକୁ ନେଇ ବ୍ଲାକମେଲ କରାଯାଇଥିଲା । ଏହାପରେ ବାରଙ୍ଗ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସିଲଭର୍ ସିଟିରେ ସୈତାନୀ କାଣ୍ଡ । ପ୍ରେମ ନାଁରେ ଧୋକେବାଜ୍ ପ୍ରେମିକର ବଦମାସୀ ଯୋଗୁ ଜଣେ ଯୁବତୀଙ୍କ କେବଳ ଯେ, ଇଜ୍ଜତ ମହତ୍ ଯାଇଛି ତା’ନୁହଁ । ବରଂ ବାଜିରେ ଲାଗିଛି ତାଙ୍କ ଭବିଷ୍ୟତ ।

ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ । ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି ।

ପ୍ରେମ ଆଳରେ ଜଣେ ଯୁବତୀଙ୍କ ସହ ଉଠାଇଥିବା ଆପତ୍ତିଜନକ ଭିଡ଼ିଓକୁ ଦେଖାଇ ପ୍ରଥମେ ବ୍ଲାକମେଲିଂ, ତା’ପରେ ଜଣଙ୍କ ପରେ ଜଣେ ସାଙ୍ଗଙ୍କ ଦ୍ୱାରା ଗଣଦୁଷ୍କର୍ମ ଅଭିଯୋଗ । ହଜାରେ ବର୍ଷର ସହର କଟକରେ ମୁଣ୍ଡ ନୁଆଁଇଦେଲା ଭଳି ଘଟଣା । କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ସାଙ୍ଗମାନଙ୍କ ସହ ମିଶି ପ୍ରେମିକ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଜଣେ ନାବାଳକକୁ ଧରି ପୋଲିସ ପଚରାଉଚରା କରୁଛି ।

ଅପରପକ୍ଷେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଛି ପୋଲିସ । ତା’ସହ ଯେଉଁ ଆପତ୍ତିଜନକ ଭିଡିଓ ଦେଖାଇ ଗଣଦୁଷ୍କର୍ମ କରିଆସୁଥିଲେ ଅଭିଯୁକ୍ତମାନେ, ସେହି ଭିଡ଼ିଓ ଭାଇରାଲ୍ ହୋଇଛି ନା ନାହିଁ, ସମସ୍ତ ଅଭିଯୁକ୍ତଙ୍କ ମୋବାଇଲକୁ ସିଜ୍ କରି ଫରେନସିକ୍ ଲ୍ୟାବକୁ ପୋଲିସ ପଠାଇଛି ।

ନଭେମ୍ବର ୪ । ବାଦାମବାଡ଼ି ଥାନାକୁ ଯାଇ ବୟଫ୍ରେଣ୍ଡ ଆଶୁତୋଷ ସହ ୬ ଜଣଙ୍କ ବିରୋଧରେ ସଂଗୀନ ଅଭିଯାଗ ଆଣିଥିଲେ ପୀଡ଼ିତା କଲେଜ ଛାତ୍ରୀ । ତାଙ୍କ କହିବା କଥା, ଚାରିଆଡ଼େ ଦଶହରା ପାଇଁ ଥିଲା ଉତ୍ସବମୁଖର ପରିବେଶ । କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ ପାଇଁ ବୟଫ୍ରେଣ୍ଡ୍ ସହ ଯାଇଥିଲେ ପୀଡ଼ିତା । ଆଉ ସେଲିବ୍ରେସନ ମୁଡ୍ ଭିତରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭାବେ ଭିଡ଼ିଓ ଉତ୍ତୋଳନ କରିଚାଲିଥିଲା ବସମାସ୍ ବୟଫ୍ରେଣ୍ଡ୍ ଆଶୁତୋଷ ।

ଏଥିରେ ସହଯୋଗ କରିଥିଲା କାଫେ ଚଲାଉଥିବା ଭଗବତପୁର ଅଞ୍ଚଳର ଜଣେ ନାବାଳକ । ଆଉ ସେହି ଭିଡ଼ିଓକୁ ଦେଖାଇ ଆରମ୍ଭ କରିଥିଲେ ବ୍ଲାକମେଲ୍ । ବୟଫ୍ରେଣ୍ଡ ଆଶୁତୋଷ ସହ ନାବାଳକ କାଫେ ମାଲିକ ଓ ଅନ୍ୟ ସାଙ୍ଗମାନେ ବାରଙ୍ଗ ଅଞ୍ଚଳକୁ ଡାକି ଏକ ଘରେ କରିଥିଲେ ଗଣଦୁଷ୍କର୍ମ । ଯାହାକୁ ନେଇ ଥାନାରେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ପରେ ବାଦାମବାଡ଼ି ପୋଲିସ ୬ ଜଣଙ୍କୁ ଧରିଥିଲା ।

ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳାର ୩, ଭଗବତପୁର ଅଞ୍ଚଳର କାଫେ ମାଲିକ, ବାରଙ୍ଗର ଜଣେ ଏବଂ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର । ସମାନ ଅଘଟଣ ଘଟିଥିଲା, ରାଜଧାନୀ ଭୁବନେଶ୍ୱରରେ । ନୟାପଲ୍ଲୀ ଅଂଚଳର ଜଣେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରିଥିଲେ ୪ ଯୁବକ । ଆଉ ତା’ସହ ଭିଡ଼ିଓ ରେକର୍ଡିଂ କରି ବ୍ଲାକମେଲିଂ କରିବା ସହ ପୀଡ଼ିତାଙ୍କ ମା’ଙ୍କୁ ମାଗିଥିଲେ ଟଙ୍କା । ଏହି ଘଟଣାକୁ ସପ୍ତାହେ ନପୁରୁଣୁ କଟକରେ ଘଟିଛି କଳଙ୍କିତ କାଣ୍ଡ ।