Advertisment

ପ୍ରେମିକାକୁ ଭିଡିଓ କଲ୍‌ କରି ଜୀବନ ହାରିଲେ MCA ଛାତ୍ର ! ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭିଡିଓ କଲ୍‌ କରି ଜୀବନ ହାରିଲେ ଛାତ୍ର ! ମୃତଦେହ ଉଦ୍ଧାର ବେଳେ ମୋବାଇଲ୍‌ ଓ ଲାପ୍‌ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Student Ends Life On Video Call In Cuttack

Student Ends Life On Video Call In Cuttack

Advertisment

ଭିଡିଓ କଲ୍‌ କରି ଜୀବନ ହାରିଲେ ଛାତ୍ର ! ମୃତ ଛାତ୍ର ଯାଜପୁରର ମନୋଜ ବେହେରା ବୋଲି ଜଣାପଡ଼ିଛି। କଟକ ଗୋଡ଼ିସାହି ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର MCA ପ୍ରଥମ ବର୍ଷରେ ସେ ପଢ଼ୁଥିଲେ। ଗତକାଲି ଷଣ୍ଢପୁର ଅଞ୍ଚଳରେ ଭଡ଼ା ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ମନୋଜ ଘର ଭିତର ପଟୁ ବନ୍ଦ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାରୁ ମାଲିକଙ୍କ ସନ୍ଦେହ ହୋଇଥିଲା। ପରେ ଝରକା ପଟୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା।

ମୃତଦେହ ଉଦ୍ଧାର ବେଳେ ମୋବାଇଲ୍‌ ଓ ଲାପ୍‌ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘର ମାଲିକଙ୍କ କହିବା ଅନୁସାରେ, ଜଣେ ଯୁବତୀ ତାଙ୍କୁ ଖୋଜିବା ପାଇଁ ଭଡ଼ା ଘରକୁ ଆସିଥିଲେ ଓ କବାଟ ବାଡ଼େଇ ଥିଲେ। ତେବେ କିଛି ଉତ୍ତର ନମିଳିବାରୁ ସେ ପଳାଇଥିଲେ। 

Advertisment

ଯଦି ମନୋଜ ଆତ୍ମହତ୍ୟା କରିଛନ୍ତି, ତା’ହେଲେ ଏହା ପୂର୍ବରୁ ସେ କାହାକୁ ଭିଡିଓ କଲ୍‌ କରିଥିଲେ ? କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ ? ଏହା ଅସ୍ପଷ୍ଟ ରହିଛି। ପ୍ରେମ ଜନିତ ଆତ୍ମହତ୍ୟା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ