Crime
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ । ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପ୍ରଥମେ ଗୁରୁତର ଆହତ ହୋଇଥିଲା । ସଂପୃକ୍ତ ଛାତ୍ରକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଛାତ୍ରର ମୃତ୍ୟୁ ହୋଇଛି ।
ଗତ ୨୦ ତାରିଖରେ ପିଲାଟି ଆକ୍ରମଣରେ ଆହତ ହୋଇଥିଲା । ମୃତ ଛାତ୍ର ହେଲେ ଗୋବିନ୍ଦା ହୁଇକା । ଜଣେ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଝିଲେଇଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି ।
ଅନ୍ୟପଟେ ଛାତ୍ରମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ । ମେଡିକାଲ ରିପୋର୍ଟରେ ସେମିତି କିଛି ନଥିବା ସେ କହିଛନ୍ତି । ତେବେ ଘଟଣାର ତଦନ୍ତ କରାଯାଉଛି । ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crime_1661227697.jpg)