Advertisment

Crime Story: ୫ ନାବାଳିକା, ୧୮ ନାବାଳକ ଓ ସେଇ କାଳ ରାତିର କାହାଣୀ

ଗାଁ ଲୋକେ କାରୋ ନଦୀ ନିକଟରେ ଘଟିଥିବା ଗଣଦୁଷ୍କର୍ମ ସମ୍ପର୍କରେ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲେ। ଅବଶିଷ୍ଟ ୪ ଜଣ ପୀଡ଼ିତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ଏହି ପୀଡ଼ିତା ନାବାଳିକାଙ୍କୁ ଭୟଭୀତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଅଦ୍ୟତନ ହୋଇଛି
5 tribal girls returning from wedding gangraped In jharkhand

ସେଇ କାଳରାତିର କାହାଣୀ

Advertisment

ଏକ ବିବାହ ଉତ୍ସବରୁ ୫ ଜଣ ଆଦିବାସୀ ନାବାଳିକା ରାତିରେ ଘରକୁ ଫେରୁଥିଲେ। ଶୂନଶାନ ରାସ୍ତାରେ ଫେରିବା ସମୟରେ ସେମାନଙ୍କ ସହିତ ଯାହା କିଛି ଘଟିଗଲା ଏ ଘଟଣା ଝାଡ଼ଖଣ୍ଡରେ ଆଲୋଡ଼ନ ଖେଳାଇ ଦେଇଛି। ୧୮ ଜଣ ନାବାଳକ ସେମାନଙ୍କୁ ଅପହରଣ କରିବା ପରେ ଗଣଦୁଷ୍କର୍ମ କରିଛନ୍ତି। ଏଭଳି ଲଜ୍ଜିତ କଲା ଭଳି ଘଟଣା ଯେତିକି ଚକିତ କରିଛି ସେତିକି ଉଦବେଗ ସୃଷ୍ଟି କରିଛି। ଝାଡ଼ଖଣ୍ଡ ପୁଲିସ ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ନାବାଳକଙ୍କୁ କାବୁ କରିବାରେ ସଫଳ ହୋଇଛି।

Advertisment

ସେଦିନର ସେହି କାଳ ରାତି

ଗଲା ୨୧ ତାରିଖ ଶୁକ୍ରବାର ରାତି ପ୍ରାୟ ୧୦ଟା। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ରାନିଆ ଥାନା ଅଞ୍ଚଳ। ୫ ଜଣ ଆଦିବାସୀ ନାବାଳିକା ସେମାନଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ବିବାହ ପୂର୍ବ ଲୋଟା ପାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମ ସାରି ସମସ୍ତେ ରାତିରେ ନିଜ ଗାଁକୁ ଯିବାକୁ ବାହାରିଥିଲେ। ଉଲିହାଟୁରୁ ନିଚିତପୁର ଚାଲିଚାଲି ଫେରୁଥିଲେ। ରାସ୍ତାରେ ଫେରିବା ବେଳେ ପଡ଼ିଲା କାରୋ ନଦୀ। ସେହି ରାସ୍ତାରେ ତାଙ୍କ ପିଛା କରୁଥିଲେ ୧୮ ଜଣ ନାବାଳକ। ନଦୀ ନିକଟରେ ପହଞ୍ଚି ସମସ୍ତ ନାବାଳିକାଙ୍କୁ ଘେରିଯାଇଥିଲେ। ସେଠାରେ ସମସ୍ତଙ୍କୁ ଅପହରଣ କରି ଏକ ପାହାଡ଼ ନିକଟକୁ ନେଇଯାଇଥିଲେ। ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏଭଳି ଅଘଟଣ ଘଟିବା ସମୟରେ ଜଣେ ନାବାଳିକା କୌଶଳ କ୍ରମେ ଘଟଣା ସ୍ଥଳରୁ ଖସିପଳାଇ ଆସିଥିଲେ। ଏ ସଂକ୍ରାନ୍ତରେ ସେ ଗାଁକୁ ଯାଇ କିଛି ଲୋକଙ୍କୁ ଜଣାଇଥିଲେ।

ଦେବଦୂତ ପାଲଟିଲେ ଗାଁ ଲୋକେ

ଗାଁ ଲୋକେ କାରୋ ନଦୀ ନିକଟରେ ଘଟିଥିବା ଗଣଦୁଷ୍କର୍ମ ସମ୍ପର୍କରେ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲେ। ଅବଶିଷ୍ଟ ୪ ଜଣ ପୀଡ଼ିତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ଏହି ପୀଡ଼ିତା ନାବାଳିକାଙ୍କୁ ଭୟଭୀତ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ପରିଣାମ ଭୟଙ୍କର ହେବା ନେଇ ଦୁର୍ବୃତ୍ତମାନେ ଚେତାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ଏ ସଂକ୍ରାନ୍ତରେ ରାନିଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏଏସପି କ୍ରିଷ୍ଟୋଫର କେରକେଟାଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଥିଲା। ପୁଲିସ ପ୍ରଥମେ ଦୁଇ ନାବାଳକଙ୍କୁ କାବୁ କରିଥିଲା । ଏହାପରେ ଏହି ମାମଲା ପଛରେ ଥିବା ଅବଶିଷ୍ଟ ସମସ୍ତ ଅଭିଯୁକ୍ତ ନାବାଳକ ଧରାପଡ଼ିଥିଲେ।

Advertisment

ଦୁର୍ବୃତ୍ତଙ୍କ ବୟସ ଥିଲା ୧୪ରୁ ୧୭

ଏଭଳି ଲଜ୍ଜାଜନକ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବୟସ ଥିଲା ମାତ୍ର ୧୪ରୁ ୧୭ ବର୍ଷ। ପୀଡ଼ିତାଙ୍କ ବୟସ ମାତ୍ର ୧୨ରୁ ୧୬ ବର୍ଷ। ସମସ୍ତ ଅଭିଯୁକ୍ତଙ୍କୁ କାବୁ କରାଯିବା ପରେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଥିଲା। ପରବର୍ତ୍ତୀ ସମୟରେ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସୋମବାର ଦିନ ଖୁଣ୍ଟିରେ ଥିବା ସଦର ହସ୍ପିଟାଲରେ ସମସ୍ତ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛି। ପୁଲିସ ମଧ୍ୟ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଏହି ଘଟଣାର ଅନୁଧ୍ୟାନ ଚଳାଇଛି।

୨୦୨୨ରୁ ୧୬ଟି ଗଣଦୁଷ୍କର୍ମ

ଗତ ତିନି ବର୍ଷ ମଧ୍ୟରେ ଏହି ଜିଲ୍ଲାରେ ମୋଟ ୧୬ଟି ଗଣଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି। ୨୦୨୨ ମସିହାରେ ସାତଟି, ୨୦୨୩ ମସିହାରେ ପାଞ୍ଚଟି, ୨୦୨୪ ମସିହାରେ ତିନୋଟି ଏବଂ ୨୦୨୫ ମସିହାରେ ପାଞ୍ଚଟି ଘଟଣା ଘଟିଥିଲା। ଖୁଣ୍ଟି ପୁଲିସ ଏହି ମାମଲାଗୁଡ଼ିକରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଧିକାଂଶ ମାମଲାରେ ଅଭିଯୁକ୍ତମାନେ ନାବାଳକ ଥିବା ଜଣାପଡ଼ିଥିଲା। ପୂର୍ବରୁ ୨୦୨୪ ମସିହାର ସେପ୍ଟେମ୍ବର ମାସରେ ସ୍କୁଲରୁ ଫେରୁଥିବା ସମୟରେ ୧୦ ଜଣ ଯୁବକ ଜଣେ ନାବାଳିକା ଆଦିବାସୀ ଝିଅକୁ ଗଣଦୁଷ୍କର୍ମ କରିଥିଲେ। ୨୦୨୪ ମସିହା ମାର୍ଚ୍ଚରେ ରାଞ୍ଚିର ଜଣେ ନାବାଳିକାକୁ କରରାରେ ଚାରି ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ।  ୨୦୨୨ ମସିହା ମେ’ ରେ ବିବାହ ଉତ୍ସବରୁ ଫେରିବା ସମୟରେ ଜଣେ ନାବାଳିକାକୁ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ।

Advertisment
Rape Case Minor Girl Rape Case Rape Crimes In India Jharkhand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ