Advertisment

ଶେୟାର ମାର୍କେଟ୍‌ ନାଁରେ ଚିଟ୍‌ଫଣ୍ଡ କାରବାର, ଠକି ନେଲେ ୧୦ କୋଟିରୁ ଅଧିକ ଟଙ୍କା

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି।

Stock Market Trading Scam Busted

Stock Market Trading Scam Busted

Advertisment

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅରପନ୍‌ ପଟେଲ ଓ ଆଦ୍ୟଜ୍ୟୋତି ନାୟକ। ଉଭୟଙ୍କ ଠାରୁ ଦାମୀ ମୋବାଇଲ ଫୋନ୍‌, ଗୁରୁତ୍ୱପୂର୍ଣ କାଗଜପତ୍ର, ଲାପ୍‌ଟପ୍‌, ହାର୍ଡ ଡିସ୍କ ଏବଂ ନଗଦ ୯୦ ହଜାର ଟଙ୍କା ଜବତ ହୋଇଛି।

Advertisment

ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇରୁ ଗିରଫ ପରେ ସେଠାରେ କୋର୍ଟରେ ହାଜର କରାଯାଇଥିଲ। ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ପହଞ୍ଚିବା ପରେ ଉଭୟଙ୍କୁ ଓପିଆଇଡି କୋର୍ଟ କଟକରେ ହାଜର କରାଯାଇଛି।

କେବଳ ଓଡିଶାରୁ ୪୦୦ ଜମାକାରୀଙ୍କ ଠାରୁ ଅରପନ୍‌ ଓ ଆଦ୍ୟଜ୍ୟୋତି ୫ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ରହିଛି। ଖାଲି ସେତିକି ନୁହେଁ ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅଭିଯୁକ୍ତମାନେ ଠକେଇ କରିଛନ୍ତି। ଯାଜପୁର ବିଞ୍ଝାରପୁରର ସ୍ୱାଧୀନ ସାହୁ ନାମକ ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ କରିବା ପରେ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା। 

Advertisment
Chit Fund Scam Share Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ