Advertisment

Spider Satish: ଚୋରି କରିବାକୁ ଓଜନ କମାଉଥିଲା ସ୍ପାଇଡର; ରଖିଥିଲା ଟ୍ରେନର

ଥରେ ଚୋରି କରିବା ପରେ ଓ୍ୱେଟ୍ ଲସ୍ ପାଇଁ ଡାଏଟ୍ ପ୍ଲାନ୍ କରୁଥିଲା । ଜିମ୍ ରେ ହିଁ ଚୋରି କରିବାର ପ୍ରାକ୍ଟିସ୍ କରୁଥିଲା ସତୀଶ । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା। ଏଥିପାଇଁ ସେ ଦିନକୁ ୫ ହଜାର ଏବଂ ମାସକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା।

ଅଦ୍ୟତନ ହୋଇଛି
Loot

Loot

Advertisment

ନାଁ ସତୀଶ ରେଡ୍ଡି ଓରଫ ସ୍ପାଇଡର୍ ସତୀଶ। ଘର ବିଶାଖାପାଟନମ୍। ୨୦୧୩ରୁ ଚୋରି ବିଦ୍ୟାକୁ କ୍ୟାରିୟର କରିଥିଲା ସେ। ଚୋରି ଫଣ୍ଡା ବି ପୂରା ହାଇଟେକ୍। ୟୁଟ୍ୟୁବ ଦେଖି ବଡ଼ ବଡ଼ିଆଙ୍କ ତଥ୍ୟ ସଂଗ୍ରହ କରୁଥିଲା ଏବଂ ଗୁଗୁଲ୍ ମ୍ୟାପ୍ ଦେଖି ଠିକଣା ଜାଗାରେ ପହଞ୍ଚୁଥିଲା। ଯେତେ ଉଚ୍ଚ ଘରର କାନ୍ଥ ହେଉ ଅବା ଛାତ, ସେ ଚଢ଼ିଯାଉଥିଲା, ଚତୁରତାର ସହ ଘରେ ପଶି କଳାକନା ବୁଲାଇ ଖସିଯାଉଥିଲା। ଜିମରେ କାନ୍ଥ ଚଢିବାର ଟେକନିକ ଶିଖୁଥିଲାI

Advertisment

ଥରେ ଚୋରି କରିବା ପରେ ଓ୍ୱେଟ୍ ଲସ୍ ପାଇଁ ଡାଏଟ୍ ପ୍ଲାନ୍ କରୁଥିଲା । ଜିମରେ ହିଁ ଚୋରି କରିବାର ପ୍ରାକ୍ଟିସ୍ କରୁଥିଲା ସତୀଶ । ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା। ଏଥିପାଇଁ ସେ ଦିନକୁ ୫ ହଜାର ଏବଂ ମାସକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା।

ଏଥିସହ ମଜୁନ ଥିଲା ସତୀଶ, ବେଶ୍‌ ରୋମାଣ୍ଟିକ୍ ମଧ୍ୟ ଥିଲା। ୩ଟି ବିବାହ କରିଥିଲା। ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପରେ ଦ୍ୱିତୀୟ ଓ ତୃତୀୟ ବିବାହ କରିଥିଲା। ଏହାଛଡ଼ା ତାହାର ଅଲଗା ଗାର୍ଲଫ୍ରେଣ୍ଡ ବି ରଖିଥିଲା। ଚୋରି ଟଙ୍କାରେ କିଣିଥିଲା ବେଙ୍ଗଲୁରୁ, ହାଇଦ୍ରାବାଦ , ବିଜୟ ନଗରରେ ଆଲିସାନ୍ କୋଠା। ଏହି ଆଲିସାନ କୋଠାରେ ୨ଟି ସ୍ତ୍ରୀ ଓ ଗାର୍ଲଫ୍ରେଣ୍ଡ ସହ ମଉଜ କରୁଥିଲା ସତୀଶ। ନିଜ ଆଲିସାନ ଘରେ ଅତ୍ୟାଧୁନିକ ଜିମ୍‌ ଥିଲା।   

Advertisment

ଉଲ୍ଲେଖଯୋଗ୍ୟ, ସତୀଶ ନିରଞ୍ଜନଙ୍କ ଘରୁ ଚୋରି ପରେ ଚୋରକୁ ଧରିବା ପୋଲିସ୍ ପାଇଁ ଥିଲା ବଡ଼ ଚାଲେଞ୍ଜ। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ଧରା ପକାଇଦେଲା। କାରଣ ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। ଆଉ ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା।

ଫେସ୍ ଏନହାନ୍ସ ଜରିଆରେ ପୋଲିସ୍ ତାକୁ ପିଛା କରୁଥିଲା, ଖୋଜୁଥିଲା ସତୀଶର ପୁରୁଣା କ୍ରାଇମ୍ ରେକର୍ଡ। ଏଥିପାଇଁ ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରିଥିଲା ପୋଲିସ। ଆଉ କେରଳରୁ ତଥ୍ୟ ପାଇବା ପରେ କେରଳ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ ସତୀଶକୁ ଧରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍ ସ୍କ୍ବାଡ୍। ଏଥିପାଇଁ ୫ ହଜାର କିଲୋମିଟର ଘୁରିବାକୁ ପଡ଼ିଥିଲା ପୋଲିସକୁ। ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ସ୍ପାଇଡର୍ ସଉକ୍ ଏମିତି ... କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କାର ବଲ୍।

Odisha News Niranjan Patnaik Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ