Advertisment

ସସ୍‌ପେନ୍ସ ବଢ଼ାଉଛି ଲେଡିଜ ହଷ୍ଟେଲର ରୁମ୍ ନଂ ୨୦

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି।

ଅଦ୍ୟତନ ହୋଇଛି
Mahaling College Ladies Hostel

Mahaling College Ladies Hostel

Advertisment

ବଲାଙ୍ଗିର: ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି। ହଷ୍ଟେଲର ଅନ୍ୟ ସବୁ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବାବେଳେ ୨୦ ନମ୍ବର ରୁମ୍‌ରେ ଏକ ଅଲଗା ତାଲା ପଡ଼ିଛି। ଘଟଣା ଘଟିବା ପରେ ବଲାଙ୍ଗିର ପୋଲିସ୍‌ ଲେଡିଜ ହଷ୍ଟେଲକୁ ଯାଇ ତଦନ୍ତ କରିଛି। ତେବେ ତଦନ୍ତ ବେଳେ ରୁମ୍ ନମ୍ବର ୨୦ରେ ଭିନ୍ନ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ଚାବି କେଉଁଠି ଅଛି ନେଇ ପଚାରିବାରୁ ହଷ୍ଟେଲର ଓ୍ୱାର୍ଡେନ ମଧ୍ୟ ବିଚଳିତ ହୋଇପଡ଼ିଥିଲେ ବୋଲି ସୂଚନା ମିଳିଛି।

କୁହାଯାଉଛି, ଘଟଣା ଘଟିବା ପରେ ଅଭିଯୁକ୍ତ ଗୋବିନ୍ଦ ସାହୁ ୮ ତାରିଖରୁ ୧୩ ତାରିଖ ମଧ୍ୟରେ ଏହି ରୁମ୍ ନମ୍ବର ୨୦କୁ ବାରମ୍ବାର ଆସିଛି। ଆଉ ଏହାରି ଭିତରେ ସେ ପ୍ରମାଣ ନଷ୍ଟ କରିଥିବା ଆଶଙ୍କା କରାଯାଉଛି। ପୋଲିସ୍‌ ରୁମ୍‌ ନମ୍ବର ୨୦ରେ ରହୁଥିବା ଅନ୍ତେବାସୀଙ୍କୁ ବାରମ୍ବାର ଡାକି ଜେରା କରିଛି। ହେଲେ ପୋଲିସ୍‌ କାହିଁକି ରୁମ୍ ନମ୍ବର ୨୦କୁ ଖାନତଲାସୀ କରୁନି, ସେନେଇ ପ୍ରଶ୍ନ ଉଠିଛି।

Advertisment

ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। କେଉଁ ପରିସ୍ଥିତିରେ ଗୋବିନ୍ଦର ସହଯୋଗୀ ରାଧେଙ୍କ ଘରେ ପହଞ୍ଚିଥିଲା ବ୍ୟାଗ୍ ? କାହିଁକି ମମିତାଙ୍କ ପରିବାରକୁ ଦିଆଯାଇନି ଜବତ ସାମଗ୍ରୀର ତାଲିକା ?  ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। 

Advertisment
Mamita Meher Mamita Meher Murder Case Mamita Murder Case Mahaling College Ladies Hostel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ