Advertisment

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ପଛରେ ଅଶ୍ଳୀଳ ଭିଡିଓ କ୍ଲିପ୍ ନା’ ଆଉ କିଛି ?

ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ ଦେଇଥିଲେ। ମାନସ ସ୍ୱାଇଁ ଅପହରଣଠାରୁ ହତ୍ୟା ପର୍ଯ୍ୟନ୍ତ କେମିତି ପ୍ଲାନ କରିଥିଲା ଶର୍ମିଷ୍ଠା ଜାଣନ୍ତୁ..

Manas Swain Murder Case

Manas Swain Murder Case

Advertisment

ଲଭ, ସେକ୍ସ, ଧୋକା ପାଇଁ ଘଟୁଛି ବିଭତ୍ସ ହତ୍ୟା। ଏମିତି ସୁନ୍ଦର ଷ୍ଟାଇଲରେ ଆଙ୍କରିଂ କରୁଥିବା ଏହି ମହିଳା ଜଣକ ହେଲେ ଗୋଟିଏ ୱେବ ପୋର୍ଟାଲ ମାଲିକାଣୀ। ନାଁ ଶର୍ମିଷ୍ଠା ରାଉତ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ୟାଙ୍କ ବିଷୟରେ କାହିଁକି କହୁଛୁ। କାରଣ ଏ ସୁନ୍ଦର ଚେହେରା ପଛରେ ଲୁଚି ରହିଛି ସଙ୍ଗୀନ କେଳେଙ୍କାରୀର ଅଭିଯୋଗ। ନିଜକୁ ସାମ୍ବାଦିକା ବୋଲି ପରିଚୟ ଦେଉଥିବା ମହିଳା ଜଣକ ଏକ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ନିଜ ମାଲିକାନାରେ ଚାଲୁଥିବା ସଂପୂର୍ଣ୍ଣା ନ୍ୟୁଜରେ କାମ କରୁଥିବା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ସର୍ମିଷ୍ଠା ରାଉତ କୁଆଡେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେବେଠାରୁ ଶର୍ମିଷ୍ଠା ଫେରାର ଥିବା ଜଣାପଡିଛି। ଏବେ ଆସନ୍ତୁ ଜାଣିବା ପୂରା ଘଟଣା।

Advertisment

ନୟାଗଡ଼ ଜିଲ୍ଲା ରଣପୁର ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ। ସର୍ମିଷ୍ଠା ରାଉତଙ୍କ ୱେବ ପୋର୍ଟାଲ ସମ୍ପୂର୍ଣ୍ଣାରେ କାମ କରନ୍ତି। ଗତ ଫେବୃଆରୀ ୭ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଏକ ମ୍ୟାରେଜ ସୁଟିଂ ପାଇଁ ଯାଇଥିଲେ ମାନସ। ସୁଟିଂ ସାରି ଘରକୁ ଫେରିବା ବେଳେ ବାଟରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକେ ପ୍ରଥମେ ରଣପୁର, ପରେ ଭୁବନେଶ୍ୱର ଓ ଶେଷରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତଦନ୍ତ ଆରମ୍ଭ କରି ପୋଲିସ ପ୍ରଥମେ ମାନସଙ୍କୁ ଚାନ୍ଦବାଲି ନେଇଥିବା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକକୁ ସନ୍ଦେହ କରିଥିଲା। ହେପାଜତକୁ ନେଇ ପଚରାଉଚରା କରିବା ପରେ ସବୁ ସତ ଓଗାଳିଥିଲା ଭାଗ୍ୟଧର। ପ୍ରାୟ ମାସକ ପରେ ଅର୍ଥାତ ମାର୍ଚ୍ଚ ମାସ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ରାଜସୁନାଖଳା ବଧିପାଟଣା ପାହାଡ଼ ନିକଟରୁ ମିଳିଥିଲା ମାନସଙ୍କ ମୃତଦେହ। ରଣପୁର ଥାନା ସହାୟତାରେ ଚାନ୍ଦବାଲି ପୋଲିସ ମାଟି ଖୋଳି ମାନସଙ୍କ ଶବ ଜବତ କରିଥିଲା।

Advertisment

ଚାନ୍ଦବାଲିରୁ ଆସିବା ବାଟରେ ମାନସକୁ ବାଟରେ ଅପହରଣ କରାଯାଇ ଭୁବନେଶ୍ୱରରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହା ପରେ ଶବକୁ ବୋଲେରୋ ଦ୍ୱାରା ନୟାଗଡ଼ ନିଆଯାଇଥିଲା। ସେଠାରୁ ବଧିପାଟଣା ପାହାଡ଼ ତଳକୁ ନେଇ ରାତାରାତି ଗଳିତ ଶବକୁ ଅଭିଯୁକ୍ତମାନେ ପୋତି ଦେଇଥିବା ଅଭିଯୋଗ ହେଉଛି।

ଆଜି ପର୍ଯ୍ୟନ୍ତ ମାନସ ହତ୍ୟା ଘଟଣାରେ ମୋଟ ୩ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୋଲୋର ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଏବଂ ଭୁବନେଶ୍ୱର ଓଲ୍ଡ ଟାଉନର କୃଷ୍ଣଚନ୍ଦ୍ର ନାୟକ। ତେବେ ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣା ଓ୍ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଥିବା ଜଣାପଡିଛି।

Advertisment

ଅନ୍ୟପଟେ ନିଜକୁ ସମାଜସେବୀ ବୋଲି କହୁଥିବା ଶର୍ମିଷ୍ଠାଙ୍କର ରହିଛି ଏକ ବୃଦ୍ଧାଶ୍ରମ। ଦୟାଲ ଆଶ୍ରମ ନାଁରେ ଚାଲୁଥିବା ଏହି ବୃଦ୍ଧାଶ୍ରମକୁ ନିଇତି ଯିବା ଆସିବା କରିଥାନ୍ତି ଅନେକ ନାମୀଦାମୀ ଲୋକ। ଯେଉଁ ସବୁ ଫଟୋକୁ ନିଜ ଫେସବୁକ ପେଜରେ ଅପଲୋଡ କରିଛନ୍ତି ଶର୍ମିଷ୍ଠା। କେଇ ଦିନ ତଳେ ଶର୍ମିଷ୍ଠା ବୃଦ୍ଧାଶ୍ରମ ଆସି ଶନିମେଳା କରିଥିଲେ। ସେହି ଦିନଠାରୁ ଆଉ ତାଙ୍କର ଦେଖା ନାହିଁ ବୋଲି କହିଛନ୍ତି ଦୟାଲ ଆଶ୍ରମ କର୍ମଚାରୀ।

ଶାସକ ଦଳ ଓ ଅନେକ ପ୍ରଭାବଶାଳୀ ରାଜନେତାଙ୍କ ସହ ସମିଷ୍ଠାଙ୍କର ସମ୍ପର୍କ ଥିବାରୁ ପୋଲସ ତଦନ୍ତ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ତେବେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଶର୍ମିଷ୍ଠା ଫେରାର ହେବା ଦିନଠାରୁ ଆଉ ଗୋଟିଏ ବି ପୋଷ୍ଟ ଫେସବୁକରେ କରି ନଥିବା ଦେଖିବାକୁ ମିଳୁଛି।

ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ୱେବ ପୋର୍ଟାଲ ନାଁରେ ଶର୍ମିଷ୍ଠା କରୁଥିଲେ ଅଶ୍ଳୀଳ ଫିଲ୍ମ। ଯାହାର ସବୁ ସୁଟିଂ କରୁଥିଲେ ମାନସ ସ୍ୱାଇଁ। ତେବେ କିଛି ଆପତ୍ତିଜନକ ଭିଡିଓ କ୍ଲିପକୁ ମାନସ ନିଜ ପାଖରେ ରଖି ଦେଇଥିଲେ। ଯାହାକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ ଶର୍ମିଷ୍ଠା। ହେଲେ ଶର୍ମିଷ୍ଠାଙ୍କୁ ଭିଡିଓ କ୍ଲିପ ନ ଫେରାଇ ମାନସ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ।

ଏହା ପରେ ଲୋକ ଲଗାଇ ତାଙ୍କୁ ଖୋଜାଖୋଜି କରୁଥିଲେ ମାଲିକାଣୀ ଶର୍ମିଷ୍ଠା। ସବୁ ପରେ ମାନସଙ୍କଠାରୁ ଆପତ୍ତିଜନକ ଭିଡିଓ କ୍ଲିପ ହାତେଇବାରେ ଶର୍ମିଷ୍ଠା ଫେଲ ମାରିବାରୁ ପ୍ରି-ପ୍ଲାନ କରି ମାନସକୁ ହତ୍ୟା କରିଥିବା କୁହାଯାଉଛି। ଏବେ ପ୍ରଶ୍ନ ଉଠୁଛି ମାନସଙ୍କ ପାଖରେ ଥିବା ଭିଡିଓ କ୍ଲିପରେ ଏମିତି କ’ଣ ଥିଲା, ଯେଉଁଥି ପାଇଁ ମାନସଙ୍କ ଜୀବନ ଯାଇଛି।

Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ