Advertisment

ଧୋକାବାଜ୍‌ ଡ୍ରାଇଭର, ଟଙ୍କା ପାଇଁ ମାଛ ଟ୍ରକ୍‌କୁ ଆକ୍ସିଡେଣ୍ଟର ରୂପ ଦେଲା..

୧୨ ଲକ୍ଷର ମାଛକୁ ଦେଖି ଲୋଭ ସମ୍ଭାଳିପାରିଲା ନାହିଁ ଡ୍ରାଇଭର। ୧୨ ଲକ୍ଷ ବଦଳରେ ୭ ଲକ୍ଷରେ ମାଛ ବିକ୍ରି କଲା...ଜଙ୍ଗଲ ଭିତରକୁ ଗାଡ଼ି ପୂରାଇ ନିଆଁ ଲଗାଇ ଦେଲା। ମାଲିକଙ୍କୁ କହିଲା, ଦୁର୍ଘଟଣାରେ ଜିଳିଗଲା ଟ୍ରକ୍‌। ଏବେ ତଦନ୍ତରେ କିନ୍ତୁ ସବୁ ସତ ଓଗାଳି ଦେଲା ଡ୍ରାଇଭର।

ଅଦ୍ୟତନ ହୋଇଛି
Truck Driver

Truck Driver

Advertisment

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ମାଛ ଲୋଭରେ ଜାଳିଦେଲା ଟ୍ରକ୍ । ଟ୍ରକରେ ଥିବା ୧୨ ଲକ୍ଷ ଟଙ୍କାର ମାଛକୁ ବିକ୍ରି କରିଦେଲା ୭ ଲକ୍ଷରେ, ଆଉ ଜଙ୍ଗଲ ଭିତରେ ଘଟାଇଲା ଭୟଙ୍କର କାଣ୍ଡ । ମଝି ଜଙ୍ଗଲ ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ଟ୍ରକ୍‌ । ଗାଡ଼ି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି ।

Advertisment

ଗାଡ଼ିରେ ଭର୍ତ୍ତି ହୋଇଥିଲା ମାଛ, ମନରେ ଥିଲା ଲୋଭ । ୧୨ ଲକ୍ଷର ମାଛ ଗାଡିକୁ ଦେଖି ଡ୍ରାଇଭରଙ୍କ ମନ ସମ୍ଭାଳିପାରିନଥିଲେ । କେମିତି ମାଛ ସବୁକୁ ହରନଚାଲ କରିବେ ସେନେଇ କରିଥିଲେ ପ୍ଲାନ୍‌ । ଆଉ ୧୨ ଲକ୍ଷର ମାଛକୁ ୭ ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଜଙ୍ଗଲରେ ଟ୍ରକକୁ ଜାଳି ଦେଇଥିଲେ ଡ୍ରାଇଭର।

୨୨.୦୬.୨୦୨୨, ଦିନ ଗଞ୍ଜାମ ଖଲ୍ଲିକୋଟ ଜାତୀୟ ରାଜପଥ ବଡ଼ ଘାଟିରେରେ ଏକ ମାଛ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିବା ଏହି ଟ୍ରକରେ ୧୦ ଟନ ମାଛ ଲୋଡ଼ ହୋଇଥିବା ବେଳେ ଜଳନ୍ତା ଟ୍ରକରୁ ବହୁତ କମ ପୋଡା ମାଛ ମିଳିବା ନେଇ ଟ୍ରକ ମାଲିକ ସୁରେଶ ବର୍ମାଙ୍କୁ ସନ୍ଦେହ ହୋଇଥିଲା । ପରେ ଏନେଇ ସୁରେଶ ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ। ପରେ ପୋଲିସ ତଦନ୍ତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା । ଆଉ ପୋଲିସ ସାମ୍ନାରେ ସବୁ ସତ ମାନିଯାଇଥିଲା ଡ୍ରାଇଭର।

Advertisment

ଡ୍ରାଇଭରର କହିବା ଅନୁସାରେ, ଆନ୍ଧ୍ରପ୍ରଦେଶର ଭିମ୍ବଭରମରୁ ୧୦ ଟନ ମାଛ ଲୋଡ଼ କରି ଆସିବା ପରେ ଭୋଗପୁରମରେ ଜଣେ ମାଛ ବ୍ୟବସାୟୀଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ମାଛକୁ ୭ ଲକ୍ଷ ଟଙ୍କା ରେ ବିକ୍ରୀ କରିଥିଲେ । ଏହାକୁ ଲୁଚାଇବା ପାଇଁ ଖଲ୍ଲିକୋଟରେ ଘାଟି ତଳକୁ ଗାଡ଼ି ଖସାଇ ଦୁର୍ଘଟଣାର ରୂପ ଦେଇଥିଲେ । ପରେ ଗ୍ୟାସ ଟାଙ୍କି ରଖି ଟ୍ରକରେ ନିଆଁ ଲଗାଇ ଦେଇଥିଲେ। ତେବେ ଏଇ ପ୍ଲାନରେ ଡ୍ରାଇଭରଙ୍କ ଜଣେ ବନ୍ଧୁ ତାଙ୍କୁ ସହଯୋଗ କରିଥିବା ନେଇ ଜଣାପଡ଼ିଛି। ତେବେ ଘଟଣା ଉପରୁ ପରଦା ହଟିବା ପରେ ଖଲ୍ଲିକୋଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟର- ସିଲୁ ବିଶ୍ୱାଳ

Burns Truck Sells Fish Special Story Truck Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ