Special Story: କୋଲକାତା ଦୁଷ୍କର୍ମ ଘଟଣା; ଖୋଲୁଛି ନର ରାକ୍ଷସ ପାପର ପେଡ଼ି...

କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ ।

Kolkata Rape-Murder

ରାକ୍ଷସ । ଏ କେବଳ ରାକ୍ଷସ ନୁହେଁ । ନର ରାକ୍ଷସ । ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ । ଆଉ ୟା’ର କଳା କାହାଣୀ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ ।  କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଯାହାକୁ ପୋଲିସ ପ୍ରଥମେ ଗିରଫ କରି ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଛି । ଆଉ ଏବେ ସିବିଆଇ ପାଳି । ବାବୁ ଜଣକ ଏମିତି ସେମିତି ନୁହେଁ, ତାଙ୍କର ଥିଲା ବିବାହ ସଉକ । ଚାରି ଚାରି ଜଣ ଯୁବତୀଙ୍କୁ ଏ ରାକ୍ଷସ ବିବାହ କରିଥିଲା । ମଦ ପିଇ ମାଡ଼ ମାରୁଥିଲା । ଆଉ ଜଣକ ପରେ ଜଣେ ଯୁବତୀଙ୍କୁ ଘରୁ ତଡ଼ି ଦେଉଥିଲା । 

ତିନି ତିନି ଜଣ ସ୍ତ୍ରୀଙ୍କୁ ଘରୁ ବାହାର କରିଦେବା ପରେ ଚତୁର୍ଥ ସ୍ତ୍ରୀଙ୍କୁ ମଧ୍ୟ ଦେଉଥିଲା ଅକଥନୀୟ ନିର୍ଯାତନା । ଆଉ ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ଶଯ୍ୟାରେ ଶୋଇଯାଇଛନ୍ତି । ସଞ୍ଜୟ ଏମିତି ସେମତି ଲୋକ ନଥିଲା । ସେ ଥିଲା ସିନା ଅଧାପାଠୁଆ, ହେଲେ କୋଲକାତା ପୋଲିସର ସାଜିଥିଲା ଗେହ୍ଲାପୁଅ । କାରଣ ଏୟା ପୂର୍ବରୁ ଦୁଇ ଦୁଇଥର ତା’ ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଚୁପ୍ ବସିଥିଲା । କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତା’କୁ ଖୁଲମଖୁଲା ବୁଲିବାକୁ ଛାଡ଼ିଥିଲା । ଆଉ ତା’ ପାଖରୁ କାମ ହାସଲ କରୁଥିଲା । 

୧୩ ମେ’ ୨୦୨୩ରେ କାଳିଘାଟ ପୋଲିସ ଷ୍ଟେସନରେ ସଞ୍ଜୟ ନାଁରେ ହୋଇଥିଲା ଏଫଆଇଆର୍ । ଆଉ ଆଭିଯୋଗ ଆଣିଥିଲେ ସଞ୍ଜୟର ପତ୍ନୀ । ଅଭିଯୋଗ ପତ୍ରରେ ସଞ୍ଜୟଙ୍କ ପତ୍ନୀ ଲେଖିଥିଲେ, ସେ ୩ ମାସର ଗର୍ଭବତୀ ଥିବା ସମୟରେ ତାଙ୍କୁ ସଞ୍ଜୟ ମଦ ପିଇ ମାରପିଟ୍ କରୁଥିଲା । ସେହିପରି ୮ ଅଗଷ୍ଟ ୨୦୨୨ରେ ବି ହୋଇଥିଲା ସମାନ ଅଭିଯୋଗ । ପତ୍ନୀ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’ ବିରୋଧରେ କିଛି ବି ଆକ୍ସନ ନେଇନଥିଲା ।

ସଞ୍ଜୟ ଆର.ଜି ମେଡିକାଲ କଲେଜ ସହ ଏମିତି ଜଡ଼ିତଥିଲା ସମସ୍ତେ ତାକୁ କର୍ମଚାରୀ ବୋଲି ଭାବୁଥିଲେ । ଆଉ ଏହି ଆଳରେ କ୍ରାଇମ୍ ରାଜ୍ୟର ରାଜା ପାଲଟିଯାଇଥିଲା ସଞ୍ଜୟ । ମହିଳାମାନଙ୍କୁ ଡରାଇ ଧମକାଇ ସେ ସମ୍ପର୍କ ରଖୁଥିଲା । ଚାନ୍ଦା ଓ ବଟି ମଧ୍ୟ ଆଦାୟ କରୁଥିଲା । ଲୋକଙ୍କୁ ଚାକିରି କରାଇଦେବାକୁ କହି ପୁଳା ପୁଳା ଟଙ୍କା ଲୁଟୁଥିଲା । ଖାଲି ଏତିକି ନୁହେଁ, ଏହିପରି ସଞ୍ଜୟର ରହିଛି ଆହୁରି ଅନେକ ଅପରାଧୀକ କାର୍ଯ୍ୟ କଳାପର ଲମ୍ବା ତାଲିକା । ଯାହାକୁ ସିବିଆଇ ଏବେ ଖୋଜିବାରେ ଲାଗିଛି । ଝିଅଙ୍କ ଇଜ୍ଜତକୁ ନେଇ ଖେଳ ଖେଳୁଥିବା ଏ ସୈତାନକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ସାରା ଦେଶରେ ଆନ୍ଦୋଳନକାରୀ ଦାବି କରୁଛନ୍ତି ।