Advertisment

ସ୍କୁଲ୍‌ ସାର୍‌ଙ୍କ ସହ କଥା ହେଲେ ଗଣିବ ୧୦ ହଜାର ତଣ୍ତ, ହେଲେ କାହିଁକି?

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...

ଅଦ୍ୟତନ ହୋଇଛି
School In Balangir

Kangaroo Court

Advertisment

ସମୟ ବଦଳିଛି ହେଲେ ଚିନ୍ତାଧାରା ବଦଳିନି । ଗାଁ ଗାଁରେ ବସୁଛି କଙ୍ଗାରୁ କୋର୍ଟ । ନିଆଁ, ପାଣି ବନ୍ଦ ପାଇଁ ହେଉଛି ନିର୍ଦ୍ଦେଶ । ଗାଁର ୱାର୍ଡ ମେମ୍ବର ରୀନା ପଣ୍ଡା ଗାଁ ସ୍କୁଲର ଶିକ୍ଷକ ମହାଦେବ ଦୀପଙ୍କୁ କହୁଛନ୍ତି, ଆପଣଙ୍କୁ ଗାଁରେ କିଣାବିକା, କଥାବାର୍ତ୍ତା ସବୁକିଛି ବନ୍ଦ ହୋଇଛି । ଆପଣଙ୍କୁ ବଦଳି କରିବା ପାଇଁ ଗାଁ ଲୋକେ ଚାହୁଁଛନ୍ତି । ଆପଣଙ୍କର ଆଉ ଦୁଇବର୍ଷ ଚାକିରି ଅଛି, ଯଦି ଗାଁ ଲୋକ ଚାହୁଁନାହାନ୍ତି...ବଦଳି ଗଲେ ଅସୁବିଧା କଣ..?

Advertisment

ଗାଁରେ ସଭା କଲେ, ଆଉ ଶିକ୍ଷକଙ୍କ ଉପରେ ନିଆଯାଇଥିବା ନିର୍ଦ୍ଦେଶ ଉପରେ ରୋକ୍‌ଠୋକ୍‌ କହିଦେଲେ। ପରେ ଲାଗୁ ହୋଇଥିଲା କଙ୍ଗାରୁ କୋର୍ଟର ଫରମାନ । ଶିକ୍ଷକ ଦୀପଙ୍କୁ ନିଆଁପାଣି ସବୁ ବନ୍ଦ କରିଦିଆଯାଇଥିଲା । ଏପରିକି କଥାବାର୍ତ୍ତା ବି ବନ୍ଦ । କୌଣସି ବ୍ୟକ୍ତି କଥା ହେଲେ ଦଶ ହଜାର ଓ ଦୋକାନରୁ ଜିନିଷ ଦେଲେ ୧୫ ହଜାର ଟଙ୍କା ଜରିମାନା ଦେବା ପାଇଁ ଗାଁ କମିଟି ନେଇଥିଲା ନିଷ୍ପତ୍ତି।

ଦୀପ୍‌ଙ୍କ ଉପରେ କଟକଣା ଲାଗୁ ହୋଇଥିବା କାରଣରୁ ତାଙ୍କ ଜମିକୁ ବି ଗଲେନି ଶ୍ରମିକ । ଆଉ ଠିକ୍‌ ସମୟରେ ବିଲରେ କାମ ନହେବାରୁ ଚାଷ ଛାରଖାର ହୋଇଗଲା । ଖାଲି ଏତିକି ନୁହେଁ ବରଂ ଗାଁର ଜଣେ ମହିଳା ଦୀପ୍‌ଙ୍କ ପରିବାର ସହ କଥାବାର୍ତ୍ତା ହେବାରୁ ଗାଁ କମିଟି ତାଙ୍କ ଉପରେ ବି ୧୦ ହଜାର ଟଙ୍କାର ଜୋରିମାନା ଲାଗୁ କଲା । ହେଲେ ସେତିକି ଟଙ୍କା ଜୋରିମାନା ନଦେଇପାରିବାରୁ ତାଙ୍କୁ ବି ସାମାଜିକ ବାସନ୍ଦ କରିଛି ଗାଁ କମିଟି।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାମାଜିକ ବାସନ୍ଦର ଶିକାର ହେବା ପରେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ଦୀପ୍‌ । ତେବେ ଗାଁରେ ସବୁକିଛି ବନ୍ଦ ଥିବାରୁ ଆତ୍ମହତ୍ୟା ପରି ପରସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ଶିକ୍ଷକ ଜଣକ । ହେଲେ ସାମାଜିକ ବାସନ୍ଦର ଶିକାର ହୋଇଥିବା ଅନ୍ୟ ଜଣେ ମହିଳା ରୋକଠୋକ୍‌ କହିଛନ୍ତି ଯାହା ବି ହେଉ, ଜୋରିମାନା ଦେବି ନାହିଁ ।

ମିଳିଥିବା ସୂଚନା ଅନୁସାରେ, ସ୍କୁଲ ପରିଚାଳନା ବୈଠକୁ ନେଇ ଗାଁ ଲୋକ ଓ ଶିକ୍ଷକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ଯାହା ପରବର୍ତ୍ତୀ ସମୟରେ ସାମାଜିକ ବାସନ୍ଦର ରୂପ ନେଇଛି। ଏମିତିକି ଶିକ୍ଷକଙ୍କ ବିରୋଧରେ ଗାଁ କମିଟି ବି.ଇ.ଓ, ଡି.ଇଓଙ୍କ ପାଖରେ ଅଭିଯୋଗ କରିଥିଲେ ।

Advertisment

ଏତିକିରେ ମନ ମାନିନଥିଲା ଯେ ସ୍କୁଲ ପିଲାଙ୍କୁ ନେଇ ଆନ୍ଦୋଳନ ବି କଲେ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ତଦନ୍ତ କରି ସାରିଛନ୍ତି । ଡିଇଓ ବି ପ୍ରତିକ୍ରିୟା ରଖିଛନ୍ତି ହେଲେ ପୋଲିସ କହୁଛି ଆମେ କିଛି ଜାଣିନୁ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଜୋରଦାର ଚାଲିଛି ଚର୍ଚ୍ଚା ।

Kangaroo Court Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ