Advertisment

ମାଫିଆଙ୍କ ଉତ୍ପାତ; ଖୋଳ କରିଦେଲେଣି କଳାପଥର, ବାଲି ଓ ମାଟି

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି..କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି..ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

Illegal Mining

Illegal Mining

Advertisment

ପାହାଡରୁ କଳାପଥର ଲୁଟ । ଖାଦାନରୁ ମାଙ୍କଡା ପଥର ଲୁଟ ଏବଂ ନଦୀରୁ ବାଲି ଏବଂ ନଦୀ ପଠାରୁ ମାଟି ଲୁଟ । ଏଭଳି ମାଫିଆଙ୍କ ଭୁସ୍ୱର୍ଗ ପାଲିଟିଛି ଯାଜପୁର ଜିଲ୍ଲା । ଯେଉଁଠି ଯେଉଁ ଭଳି ପ୍ରାକୃତିକ ସମ୍ପତି ଦେଖୁଛନ୍ତି ମାଫିଆ ପୈତୃକ ସମ୍ପତି ଭାବି ମନଇଚ୍ଛା ଲୁଟ କରୁଛନ୍ତି । ରାଜସ୍ୱ ଓ ଜଙ୍ଗଲ ଜମିରେ ବେଆଇନ ଗଛ କଟା ସହ କେଉଁଠି ପାହାଡ ଲଣ୍ଡା ହୋଇସାରିଲାଣି ତ ଆଉ କେଉଁଠି ସମତଳ ଜମିରେ ମାଙ୍କଡା ପଥର ଖାଦାନ ପୋଖରୀ ପାଲଟିଲାଣି।

Advertisment

ବେଆଇନ ବାଲି ଉଠାଣ କାରଣରୁ ନଦୀ ଗଭୀର ହୋଇ ହ୍ରଦ ପାଲଟି ଯାଉଥିବା ବେଳେ ଇଟା ଭାଟି ମାଟି ମାଫିଆ ନଦୀ ବନ୍ଧକୁ ଖୋଳି ଗଲେଣି । ବିକାଶ ନାମରେ ଜିଲ୍ଲାରେ ଦିନକୁ କୋଟି କୋଟି ଟଙ୍କାର ଲୁଟ ହେଉଥିଲେ ବି ରାଜ୍ୟସ୍ୱ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ ହୋଇଛି।

ବିକାଶ ଓ ରାଜସ୍ୱ ଆଳରେ ସରକାରୀ ପ୍ରୋତ୍ସାହନରେ ଚାଲୁଥିବା ଖଣି ଖାଦାନ ବାଲି ମାଟିର ଅହେତୁକ ବ୍ୟବହାର ବୃଦ୍ଧି ହେଉଥିବା ବେଳେ ପ୍ରଶାସନ ଯାହା ରାଜସ୍ୱ ପାଉଛି, ତାର ଢେରଗୁଣ ଅର୍ଥ ଲୁଟୁଛନ୍ତି ମାଫିଆ । କେଉଁଠାରେ ତହସିଲରୁ ଖନନ ସୀକୃତି ପାଇବା ପରେ ଡିମାର୍କେସନ ଏରିଆ ବାହାରୁ ଖୋଳାଯାଉଛି ତ ଆଉ କେଉଁଠି ଦିନ ରାତି ଖୋଳି ତାଡି ମାଲାମାଲ ହେଉଛନ୍ତି ମାଫିଆ ।

Advertisment

ଜିଲ୍ଲାରେ କେତେ ଲଘୁ ଖଣିଜ ଅଞ୍ଚଳ ଖୋଳିବାକୁ ଅନୁମତି ମିଳିଛି ଆଉ କେତେ ଖୋଳାଯାଉଛି ସେନେଇ ପ୍ରଶାସନ ବି ତଦାରଖ କରୁନଥିବା ମନେ ହେଉଛି । ସେପଟେ ଏହିସବୁ ରୋକିବା ଲାଗି ତହସିଲଦାର ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ।

ମାଫିଆଙ୍କୁ ମାଫ କରୁଛି ପ୍ରଶାସନ । ରାଜସ୍ୱ ନାମରେ ପ୍ରଶାସନ ପ୍ରାକୃତିକ ସମ୍ପତିକୁ ମାଫିଆଙ୍କ ହାତକୁ ଟେକି ଦେଇ ନୀରବ ଦ୍ରଷ୍ଟା ସାଜିଥିବାରୁ ମାଫିଆ ଆତଙ୍କରାଜ କରୁଛନ୍ତି । ତେବେ କେତେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ କହିବ।

Advertisment

ରିପୋର୍ଟର- ଗୁଲାମ ଗସ, ସଂଜୀବ୍ ନାୟକ

Illegal Mining Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ