Special Story: ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ କୋଲକାତା; ଅଭିନେତ୍ରୀଙ୍କୁ ବିଚ୍‌ ରାସ୍ତାରେ ଦୁର୍ବ୍ୟବହାର !

ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍‌ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ ।

Bengali Actor Payel Mukherjee

ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ କୋଲକାତା ! ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍‌ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ । ଅଭିନେତ୍ରୀ କାର୍‌ର ଡୋର୍‌ ନଖୋଲିବାରୁ ଭାଙ୍ଗିଲେ କାଚ । କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ ଜଳୁଥିବାବେଳେ ପୁଣି ସେହି କୋଲକାତା ଛାତି ଉପରୁ ଆସିଛି ଏପରି ଏକ ଅଭାବନୀୟ ଖବର । 

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ନାୟ ପାଇଁ ସାରା କୋଲକାତାର ମହିଳା ମାନଙ୍କ ନିଦ ହଜିଯାଇଥିବା ବେଳେ ପୁଣି ଏଭଳି ଖବର ସାମ୍‌ନାକୁ ଆସିବା, ଯାହା ସମସ୍ତଙ୍କ ଚିନ୍ତାର କାରଣ ହୋଇଛି  । ଏ ସବୁକୁ ଦେଖିଲେ ଯେମିତି ମମତା ଦିଦିଙ୍କ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଆଉ ମହିଳାଙ୍କ ସୁରକ୍ଷାକୁ ନେଇ ଦିଦି ସରକାରଙ୍କ ଉପରେ ଉଠୁଛି ପୁଳାପୁଳା ପ୍ରଶ୍ନ । 

 

ଅଭିନେତ୍ରୀ ପାୟଲ ମୁଖାର୍ଜୀ କୌଣସି କାମରେ ବାହାରକୁ ଯିବା ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି । ଜଣେ ଯୁବକ ହଠାତ୍‌ ବାଇକ୍‌ରେ ଆସି ତାଙ୍କ କାର୍‌ର ଡୋର୍ ଖୋଲିବାକୁ କହିଥିଲେ । ହେଲେ ସେ ଡୋର୍‌ ନଖୋଲିବାରୁ ତାଙ୍କ ଗାଡ଼ିର କାଚ ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲେ ବି କୋଲକତାରେ ମହିଳା କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି । 

ବର୍ତ୍ତମାନ ସୋସିଆଲ ମିଡିଆରେ ପାୟଲଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଟିଏମ୍‌ସି ସରକାରକୁ ଘେରିଛି ବିଜେପି । ବିଜେପି ଏହି ଭିଡିଓକୁ ସୋସିଆଲ ମିଡିଆ ‘X’ ରେ ସେୟାର କରି ମହିଳାଙ୍କ ସୁରକ୍ଷା କଥା ଉଠାଇବା ସହ ମମତା ସରକାରଙ୍କୁ ତାତ୍ସଲ୍ୟ କରିଛି ।