Advertisment

Drunk Youth Creates Chaos: ମଦ୍ୟପର ଜଘନ୍ୟ କାଣ୍ତ; ଚାଖାଣା ବିକାଳିଙ୍କ ମୁଣ୍ଡ ଫଟାଇଲା

ମନ ଇଚ୍ଛା ପେଟେ ପିଇବା ପରେ ଆରମ୍ଭ କଲା ହଙ୍ଗାମା ।  ନିଜ ବୁଲେଟର ଚାବି ନ ପାଇବାରୁ ନିଶାରେ ମଦ ବୋତଲ ଧରି ପିଟାପିଟି କଲା ।

ଅଦ୍ୟତନ ହୋଇଛି
Drunk Youth Creates Chaos

Drunk Youth Creates Chaos

Advertisment

ବାର୍‌ରେ ମଦ ପିଇ ନିଶାରେ ଚୁର୍‌ ଥିଲା ଯୁବକ । ମନ ଇଚ୍ଛା ପେଟେ ପିଇବା ପରେ ଆରମ୍ଭ କଲା ହଙ୍ଗାମା ।  ନିଜ ବୁଲେଟର ଚାବି ନ ପାଇବାରୁ ନିଶାରେ ମଦ ବୋତଲ ଧରି ପିଟାପିଟି କଲା । ଆଉ ସେଥିରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି ପାରାଦୀପ ବଡପଡିଆରେ ଥିବା ଏକ ମଦବାରରେ । ଯାହାର କାରଣ ଜାଣିଲେ ଆପଣି ବି ଆଶ୍ଚର୍ଯ୍ୟ ହୋଇଯିବେ । 

Advertisment

ଯୁବକ ଜଣକ ମଦ ବାର୍‌ରେ ମଦ ପିଇବା ପରେ ତାଙ୍କୁ ପ୍ରବଳ ନିଶା ହୋଇଥିଲା । ସେଠାରୁ ସେ ଆସିବା ପୂର୍ବରୁ ବୁଲେଟ୍‌ ଚାବି ଖୋଜିଥିଲେ । ହେଲେ ଚାବି ନ ପାଇବାରୁ ନିକଟରେ ଥିବା ଚାଖଣା ଦୋକାନୀକୁ ପଚାରିଥିଲେ । ହେଲେ ସେ ଚାବି ଦେଖିନାହାନ୍ତି ବୋଲି କହିବାରୁ ଯୁବକ ଜଣକ ତାଙ୍କୁ ସେଠାରେ ଥିବା ଏକ ମଦ ବୋତଲରେ ଆକ୍ରମଣ କରିଥିଲେ । ଫଳରେ ଦୋକାନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ତାଙ୍କୁ ମୋଡିକାଲରେ ଭର୍ତ୍ତି କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

Advertisment

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ମଦ୍ୟପ ଯୁବକକୁ କାବୁ କରି ଥାନାକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ