Advertisment

‘ସୋନାଲିର ଭଲ ପାଇବା ଛଳନା ଥିଲା’

ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ୍‌।

ଅଦ୍ୟତନ ହୋଇଛି
Soumya Suicide Mystery

Soumya Suicide Mystery

Advertisment

ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ୍‌। ପୋଲିସ୍‌ ଆଜି ପର୍ଯ୍ୟନ୍ତ କାହିଁକି ଚୁପ୍‌ ବସିଛି ବୋଲି ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଇନଫୋସିଟି ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକ ନ୍ୟାୟ ଭିକ୍ଷା କରିଛନ୍ତି।

Advertisment

ସୌମ୍ୟ ତାଙ୍କ ପ୍ରେମିକା ସୋନାଲିଙ୍କ ମା’ଙ୍କୁ ଆତ୍ମହତ୍ୟା କଥା କହିଥିଲେ। ସେ କଥା ଯଦି ଆମେ ଜାଣିଥାନ୍ତୁ, ତା’ହେଲେ ଆମ ପୁଅ ଆଜି ବଞ୍ଚିଯାଇଥାନ୍ତା ବୋଲି କହିଛନ୍ତି ସୌମ୍ୟଙ୍କ ମାଆ କହିଛନ୍ତି। ସେ କହିଛନ୍ତି, ‘ସବୁ ପ୍ରମାଣ ଥାଇ ମଧ୍ୟ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ସୋନାଲିକୁ ନା ଥାନାକୁ ଡାକିଛନ୍ତି, ନା ତାଙ୍କୁ ପଚରାଉଚରା କରିଛନ୍ତି। ସୋନାଲିର ଭଲ ପାଇବା ଛଳନା ଥିଲା। ପୋଲିସ୍‌ ଘଟଣାର ତଦନ୍ତ କରି ସୋନାଲିକୁ ଦଣ୍ଡ ଦେଉ।’

ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ଯଦି ଜଣେ ବଡ଼ ଅଫିସର କିମ୍ବା ମନ୍ତ୍ରୀଙ୍କ ପୁଅ ସହ ଏଭଳି ହୋଇଥିଲେ, ପୋଲିସ୍‌ କ’ଣ ଆଜି ଯାଏ ଚୁପ୍‌ ବସି ଥାନ୍ତା କି ? ତଥାପି ପୋଲିସ୍‌ ଉପରେ ଭରସା ଅଛି ଆମକୁ ନ୍ୟାୟ ମିଳିବ। ମୋ ଭାଇନା ମରି ଯାଆନ୍ତୁ ବୋଲି ସୋନାଲି ତାଙ୍କୁ ଥରେ ନୁହେଁ ଦୁଇ ଥର ନୁହେଁ ବାରମ୍ବାର ଉସକାଇଛି।’

Advertisment

ଆତ୍ମହତ୍ୟା ପାଇଁ ସୁଇସାଇଡ୍ ନୋଟ୍‌ରେ ସୌମ୍ୟ ପ୍ରେମିକାଙ୍କୁ ଦାୟୀ କରିବା, ପ୍ରେମିକା ସୋନାଲି ଓ ତାଙ୍କ ମାଆଙ୍କ ସହ କଥା ବେଳେ ସୌମ୍ୟ ପ୍ରତାରଣା ଓ ଆତ୍ମହତ୍ୟା କଥା କହିବା, ଯାହାର ଏହାର ଅଡିଓ ଭାଇରାଲ୍ ହୋଇଥିଲା। ହେଲେ ଏଯାଏ ପ୍ରେମିକାଙ୍କୁ ଜେରା କରାଯାଇ ନଥିବାରୁ  କ୍ଷୁବ୍ଧ ହୋଇଛନ୍ତି ସୌମ୍ୟଙ୍କ ପରିବାର।  

Soumya Suicide Mystery Soumya Ranjan Panigrahi Death Bhubaneswar Sonali Nanda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ