Advertisment

ବିଧାନସଭାରେ ଉଠିଲା ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: DFOଙ୍କୁ ସରକାର ଘଂଟ ଘୋଡ଼ାଉଥିବା କହିଲେ ପାରଳା ବିଧାୟକ

ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି।

ACF Soumya Ranjan Death CaseACF Soumya Ranjan Death Case

ACF Soumya Ranjan Death Case

Advertisment

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। ଆଜି ଏନେଇ ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ମାମଲାରେ ପ୍ରଥମେ ପୋଲିସ୍ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ ତଥାପି କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା ।ମୁଖ୍ୟ ଅଭିଯୁକ୍ତ ଏସ୍ସିଏଫଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା।

Advertisment

ହେଲେ ଥାନାରେ ନ ଡାକି ଘରେ ପଚରାଉଚରା କରାଯାଇଥିଲା। ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି। ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି। ତେବେ ଡିଏଫ୍ଓ କଣ ଏସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ।ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ଡିଏଫ୍ଓଙ୍କୁ ସୁରକ୍ଷା ରାଜ୍ୟ ସରକାର ଦେଉଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି।

Advertisment

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ ବେହେରାଙ୍କ କୌଣସି ସମ୍ପୃକ୍ତି ନାହିଁ। ଗଣମାଧ୍ୟମ ସାମ୍ନାରେ ଏନେଇ ଗତ ଜୁଲାଇ ୨୩ରେ ବଡ଼ ସୂଚନା ଦେଇଥିଲେ ଗଜପତି ଏସ୍‌ପି। ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଏସ୍‌ପି ଦେଇଥିଲେ। ଘଟଣା ସହିତ DFOଙ୍କ କୌଣସି ସଂପୃକ୍ତି ନଥିବା ଜଣାପଡୁଛି ।CDR ଯାଞ୍ଚରୁ DFOଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଥିଲେ। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। DFO ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ DFO ସ୍ପଟକୁ ଯାଇଥିଲେ ବୋଲି ଏସ୍‌ପି କହିଥିଲେ। ତେବେ ସୌମ୍ୟଙ୍କ ମୃତ୍ୟୁର ପ୍ରାୟ ୨ ମାସ ପରେ ବି ଘଟଣା ଉପରୁ ପର୍ଦ୍ଦା ହଟିପାରିନାହିଁ।

Odisha Paralakhemundi Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ