Advertisment

ସାହାରା ବଦଳରେ ବାପାର ଜୀବନ ନେଲା ପୁଅ, ହତ୍ୟା ପରେ ଜାଳିଦେଲା ଶବ

ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ।

Son Kills Father

Son Kills Father

Advertisment

ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ସାଜିଲା ହତ୍ୟାକାରୀ। ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ। ବରଗଡ଼ ଜିଲ୍ଲା ବରପାଲି ଥାନା ପିପିଲିପାଲି ଗାଁରେ ଏହି ଘଟଣା ଘଟିଛି। ମୃତକ ହେଲେ ନାମ ପ୍ରଧାନ ଓ ଅଭିଯୁକ୍ତ ପୁଅର ନାମ ହରିପ୍ରଧାନ। 

Advertisment

ସୂଚନା ଅନୁସାରେ, କୌଣସି କାରଣକୁ ନେଇ ନାମଙ୍କ ସହ ହରିଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏକ ଲୁହା ରଡ୍‌ରେ ବାପାଙ୍କୁ ହରି ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ନାମଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାପରେ ହରି ଏକ ଶବଦାହ ଗୃହରେ ମୃତଦେହରେ ନିଆଁ ଲଗାଇ ଦେଇଥିଲା। 

ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯିବା ସହ ଅଭିଯୁକ୍ତ ପୁଅ ହରିକୁ ପୋଲିସ୍‌ ଅଟକ ରଖି ତଦନ୍ତ ଜାରି ରଖିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା କୁହାଯାଉଛି।

Advertisment
Son Kills Father
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ