ବଢ଼ିଲା ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ବିଜୟଶଙ୍କରଙ୍କ ବିରୋଧରେ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ । ତାଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ବିଜୟଶଙ୍କର କରିଥିବା ଆବେଦନ ଉପରେ ରୋକ୍ ଲଗାଇବାକୁ ଗୁହାରି କରିଛନ୍ତି ସୋମାଲିକା। କଟକ ସବ୍ ରେଜିଷ୍ଟ୍ରାର କୋର୍ଟରେ ଗତ ୨୧ ତାରିଖ ଦିନ ଅନ୍ୟଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟଶଙ୍କର ଦାସ । ବିଧାୟକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ।