Software Engineer Swetas Death Case WhatsApp Chat Reveals Many Things
ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରୁ ଏଯାଏ ରହସ୍ୟ ଉଠିନଥିବା ବେଳେ ଏବେ ହ୍ୱାଟ୍ସଆପ୍ ଚାଟ୍(WhatsApp Chat) ସାମ୍ନାକୁ ଆସିଛି।ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କ ମା’ଙ୍କ ପାଖକୁ ଶ୍ୱେତା ପଠାଇଥିବା ଏହି ଚାର୍ଟିଂରେ ଶ୍ୱେତା ସୌମ୍ୟଜିତ୍ ତାଙ୍କ ସହ ରହିଥିବା କଥା ଉଲ୍ଲେଖ କରିଛନ୍ତି।
ଏପରିକି ସୌମ୍ୟଜିତ୍ଙ୍କୁ ସେ ଦେଇଥିବା ଜୋତା ଓ ପୋଷାକ ଫେରାଇଦେବା କଥା ବି ଉଲ୍ଲେଖ ରହିଛି। ସୌମ୍ୟଜିତ୍ଙ୍କ କାର୍ଯ୍ୟକଳାପରେ ଶ୍ୱେତା ଗଭୀର ଭାବେ କ୍ଷୁବ୍ଧ ଥିବା ଏଥିରୁ ଜଣାପଡ଼ୁଛି। ଏସବୁ ଭିତରେ ଶ୍ୱେତାଙ୍କୁ ନ୍ୟାୟ ଦେବାକୁ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଦାବି କରିବା ସହ ଶ୍ୱେତାଙ୍କର କିଛି ବନ୍ଧୁଙ୍କ ସମ୍ପର୍କରେ ବି ତଥ୍ୟ ଦେଇଛନ୍ତି।
Sweta Utkal Kumari WhatsApp Chat ଅନ୍ୟପକ୍ଷେ, କମିଶନରେଟ୍ ପୋଲିସ ଏହି ଘଟଣାରେ ସୌମ୍ୟଜିତ୍ଙ୍କୁ ପଚରା ଉଚରା କରିଥିବା ବି ପୋଲିସ୍ ସୂଚନା ଦେଇଛି। ଶ୍ୱେତା ଆତ୍ମହତ୍ୟା ପ୍ରସଙ୍ଗରେ ଶ୍ୱେତାଙ୍କ ପରିବାର ଆଣିଥିବା ଅଭିଯୋଗ ନେଇ ଆମେ ସୌମ୍ୟଙ୍କ ପରିବାରର ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସେପଟେ ୨୫ ବର୍ଷୀୟା ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସୁନଥିବା ବୟଫ୍ରେଣ୍ଡ୍ ସୌମ୍ୟଜିତ୍ ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରୀ ଭୟରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତେବେ ସୌମ୍ୟଜିତ୍ କେଉଁଠି ଅଛନ୍ତି ? ଶ୍ୱେତାଙ୍କ ପରିବାର ପକ୍ଷରୁ ନାନା ଅଭିଯୋଗ ସତ୍ତ୍ୱେ କାହିଁକି ନିଜର ପ୍ରତିକ୍ରିୟା ରଖୁ ନାହାନ୍ତି ? ଏନେଇ ଲାଗିରହିଥିବା ନାନା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ମିଳିପାରୁନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1661491846.jpg)